fbpx

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାରେ EDର ଏଣ୍ଟ୍ରୀ, ଅଭିଯୁକ୍ତ ସନ୍ଦୀପ ଘୋଷଙ୍କ ବାସଭବନରେ ଚଢାଉ

ନୂଆଦିଲ୍ଲୀ: ଆର ଜି କର ହସ୍ପିଟାଲର ଆର୍ଥିକ ଅନିୟମିତତା ମାମଲାରେ ଇସିଆଇଆର ରେଜିଷ୍ଟ୍ରେସନ କରିବା ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ ହାୱଡାର ସାଙ୍କରାଇଲ ଏବଂ କୋଲକାତାର ବେଲେଘାଟାରେ ଚଢାଉ କରିଛି। ଇଡି ଆର ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଘରେ ମଧ୍ୟ ଚଢାଉ କରିଛି।

ଆର୍ଥିକ ଅନିୟମିତତା ସଂପୃକ୍ତି ଅଭିଯୋଗରେ ସିବିଆଇ ଆର ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡା.ସନ୍ଦୀପ ଘୋଷ ଏବଂ ଅନ୍ୟ ତିନି ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଅନ୍ୟ ତିନି ଜଣ ହେଉଛନ୍ତି, ଘୋଷଙ୍କ ସୁରକ୍ଷାକର୍ମୀ ଅଫସର ଅଲି, ହସ୍ପିଟାଲର ବିକ୍ରେତା ବିପ୍ଳବ ସିଂଘା ଏବଂ ସୁମନ ହଜାରା। ଏହି ଲୋକେ ହସ୍ପିଟାଲକୁ ସାମଗ୍ରୀ ଯୋଗାଉଥିଲେ।

ସନ୍ଦୀପ ଘୋଷ ପ୍ରିନ୍ସିପାଲ ପଦବୀରେ ରହିଥିବା ସମୟରେ, ସଂସ୍ଥାରେ ଅନେକ ମାମଲାରେ ଆର୍ଥିକ ଅନିୟମିତତା ସଂପୃକ୍ତ ଥିଲେ, ତେବେ ଏ ନେଇ ଆର.ଜି କର ମଡେିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ଡେପୁଟି ଅଧୀକ୍ଷକ ଡା. ଅଖତର ଅଲି ଅଭିଯୋଗ କରିଥିଲେ। ଏଥିରେ ସେମାନେ ସନ୍ଦୀପ ଘୋଷଙ୍କ ଉପରେ ହସ୍ପିଟାଲରେ ଅନାବଶ୍ୟକ ମୃତଦେହ ଚୋରା ଚାଲାଣ, ବାୟୋ-ମେଡିକାଲ ବର୍ଜ୍ୟବସ୍ତୁ ନିଷ୍କାସନରେ ଦୁର୍ନୀତି ଭଳି ଅଭିଯୋଗ ହୋଇଥିଲା। କୋଲକାତା ପୋଲିସ ପ୍ରଥମେ ଏହି ମାମଲାର ଯାଞ୍ଚ କରୁଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏହି ଯାଞ୍ଚକୁ ମଧ୍ୟ ନିଜ ହାତକୁ ନେଇଥିଲା।

Get real time updates directly on you device, subscribe now.