fbpx

ହିତାଧିକାରୀଙ୍କୁ ୫ମାସ ପାଇଁ ମିଳିବ ମାଗଣା ଚାଉଳ ଓ ଡାଲି

ଭୁବନେଶ୍ୱର, ୨୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ତଥା ଲକଡାଉନ ଓ ସଟଡାଉନ କରାଯାଉଛି । ଏହି ଲକଡାଉନ ଓ ସଟଡାଉନ ପାଇଁ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପଡ଼ିଛି । ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଓ ଡାଲି ବଣ୍ଟନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ହତାଧିକାରୀଙ୍କୁ ୫ମାସ ଯାଏଁ ମାଗଣା ଚାଉଲ ଡାଲି ମିଳିବ । ମୁଣ୍ଡପିଛା ୫କେଜି ଚାଉଳ, ୧କେଜି ଡାଲି ଯୋଗାଇ ଦିଆଯିବ । ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇରୁ ନଭେମ୍ବର ଯାଏଁ ଚାଉଳ ଓ ଡାଲି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.