fbpx

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର: କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ କୃଷକମାନଙ୍କୁ ମିଳିଛି ଏକ ବଡ଼ ଉପହାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କୃଷକଙ୍କ ପାଇଁ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଧାନ କୁଇଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବ ବର୍ଷର ଦର ଅପେକ୍ଷା ୧୧୭ ଟଙ୍କା ବୃଦ୍ଧି କରାଯାଇଛି । ଧାନ ସହିତ ୧୪ଟି ଫସଲର ଦର ମଧ୍ୟ ବୃଦ୍ଧି କରାଯାଇଛି ।

୨୦୨୪-୨୫ ବର୍ଷ ପାଇଁ କେନ୍ଦ୍ର ସରକାର ଖରିଫ ଫସଲର ଏମଏସପିରେ ବୃଦ୍ଧି କରିଛନ୍ତି । ଫଳରେ ଉତ୍ପାଦକଙ୍କ ଦ୍ୱାରା ଉତ୍ପାଦିତ ଶସ୍ୟ ପାଇଁ ଲାଭକାରୀ ମୂଲ୍ୟ ସୁନିଶ୍ଚିତ କରାଯାଇ ପାରିବ । କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଫଳରେ କୃଷକମାନଙ୍କୁ ଏମଏସପି ଭାବେ ପାଖାପାଖି ୨ ଲକ୍ଷ କୋଟି ଟଙ୍କା ମିଳିବ । ଗତ ସିଜିନଠାରୁ ଏହା ୩୫ ହଜାର କୋଟି ଟଙ୍କା ଅଧିକ ଅଟେ ।

ତୃତୀୟ ଥର ମୋଦୀ ସରକାର ଗଠନ ହେବା ପରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ୧୪ଟି ଖରିଫ ଫସଲର ଏମଏସପି ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି । ଧାନର ଏମଏସପି କୁଇଣ୍ଟା ପ୍ରତି ୨୩୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ତାହା ପୂର୍ବ ବର୍ଷ ତୁଳନାରେ ୧୧୭ ଟଙ୍କା ଅଧିକ ରହିଛି । ସେହିପରି ବିଭିନ୍ନ କିସମର ଡାଲିର ଏମଏସପି ବୃଦ୍ଧି କରାଯାଇଛି । ମୁଗର ଏମଏସପି ପ୍ରତି କୁଇଣ୍ଟା ପିଛା ୮୬୮୨ ଟଙ୍କା ରଖାଯାଇଥିବା ବେଳେ ତାହା ଗତବର୍ଷ ଅପେକ୍ଷା ୧୨୪ ଟଙ୍କା ଅଧିକ ରହିଛି । କପାସର ଦର କୁଇଣ୍ଟାଲ ପିଛା ଦର ୭୧୨୧ ଟଙ୍କା ରଖାଯାଇଥିବା ବେଳେ ତାହା ଗତବର୍ଷ ଅପେକ୍ଷା ୫୦୧ ଟଙ୍କା ଅଧିକ ରହିଛି । ବାଜରାର ଦର କୁଇଣ୍ଟାଲ ପିଛା ୨୬୨୫ ଟଙ୍କା ରହିଥିବା ବେଳେ ଗତବର୍ଷ ଅପେକ୍ଷା ତାହା ୧୨୫ ଟଙ୍କା ଅଧିକ ରହିଛି ।

Get real time updates directly on you device, subscribe now.