ରିକ୍ସାବାଲାର ଗୁଣ୍ଡାରାଜ, ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ ଆକ୍ରମଣ କରି କଲା ରକ୍ତାକ୍ତ
ଜଗନ୍ନାଥ ଧାମରେ ରିକ୍ସା ଚାଳକର ଦାଦଗିରି।
ପୁରୀ: ରିକ୍ସା ଚାଳକଙ୍କ ଦାଦାଗିରି। ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଏମିତି ଆକ୍ରମଣ କଲେ ଯେ ରାସ୍ତାରେ ରକ୍ତାକ୍ତ ହୋଇ ଦୌଡ଼ିଲେ ଆଇନଜୀବୀ।
ଏପରି ଏକ ହୃଦୟବିଦାରକ ଦୃଶ୍ୟ ଅନ୍ୟ କେଉଁଠି ନୁହେଁ ବରଂ ଖୋଦ୍ ଜଗନ୍ନାଥ ଧାମ ପୁରୀରେ ଦେଖିବାକୁ ମିଳିଛି। ଜଣେ ଆଇନଜୀବୀଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି ରିକ୍ସା ଚାଳକ।
ରିକ୍ସା ଚାଳକଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଆଇନଜୀବୀ। ଟାଉନ୍ ଥାନା ଦୋଳମଣ୍ଡପ ସାହିରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି ରିକ୍ସାବାଲ୍।
ସେପଟେ ଆଇନଜୀବୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲା ପିସିଆର୍ ଟିମ୍। ଆକ୍ରମଣର କାରଣ ଅସ୍ପଷ୍ଟ। ଆକ୍ରମଣକାରୀ ରିକ୍ସା ଚାଳକ ଫେରାର୍।