ପନ୍ତ ଭାଙ୍ଗିଲେ Viv Richardsଙ୍କ ଅଲ୍ ଟାଇମ୍ ରେକର୍ଡ, ଇଂଲଣ୍ଡ ବିପକ୍ଷରେ ସମସ୍ତଙ୍କୁ ପକାଇଲେ ପଛରେ

Viv Richardsଙ୍କ ରେକର୍ଡକୁ ଭାଙ୍ଗିଲେ ପନ୍ତ

ନୂଆଦିଲ୍ଲୀ: ଋଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ସେ ଟେଷ୍ଟ ୱିକେଟରେ ମଧ୍ୟ ଦିନିକିଆ ଫର୍ମାଟ୍ ଭଳି ବ୍ୟାଟିଂ କରୁଛନ୍ତି। ବର୍ତ୍ତମାନ ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜରେ ତାଙ୍କ ବ୍ୟାଟରୁ ରନ୍‌ର ବର୍ଷା ହେଉଛି।

ଇଂଲଣ୍ଡ ବିପକ୍ଷରେ ଜାରି ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୭୪ ରନ କରିଛନ୍ତି, ଯେଉଁଥିରେ ସେ ୮ଟି ଚାରି ଏବଂ ଦୁଇଟି ଛକା ମାରିଛନ୍ତି।

ଇନିଂସରେ ଦୁଇଟି ଛକା ମାରି ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି। ସେ ନମ୍ବର-୧ ସିଂହାସନ ହାସଲ ମଧ୍ୟ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଏପର୍ଯ୍ୟନ୍ତ ୩୬ ଛକା ମାରିଛନ୍ତି।

ସେ ଦିଗଜ Viv Richardsଙ୍କ ରେକର୍ଡ ଭାଙ୍ଗିଛନ୍ତି। ରିଚାର୍ଡସ ଇଲଣ୍ଡ ବିପକ୍ଷ ଟେଷ୍ଟରେ ୩୪ ଛକା ମାରିଥିଲେ।

ଋଷଭ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ଟିମର Tom Blundellଙ୍କ ଅଲ ଟାଇମ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ପନ୍ତ ଇଂଲଣ୍ଡ ବିପକ୍ଷରେ ଜାରି ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ସମସ୍ତ ୪୧୬ ରନ କରିଛନ୍ତି। Blundell ଇଂଲଣ୍ଡରେ ୱିକେଟକିପର ଭାବେ ୨୦୨୨ର ଟେଷ୍ଟ ସିରିଜରେ ୩୮୩ ରନ କରିଥିଲେ।

ଇଂଲଣ୍ଡରେ ଗୋଟିଏ ଟେଷ୍ଟ ସିରିଜରେ ସବୁଠୁ ଅଧିକ ରନ କରିଥିବା ବିଦେଶୀ ୱିକେଟକିପର:
-ଋଷଭ ପନ୍ତ-୪୧୭ ରନ, ୨୦୨୫
-Tom Blundell-୩୮୩ ରନ, ୨୦୨୨
-Viv Richards- ୩୫୦ ରନ, ୧୯୮୫