ନୂଆଦିଲ୍ଲୀ: ଇଂଲଣ୍ଡର ଲିଡସରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟରଙ୍କ ଲଗାତାର ଦ୍ୱିତୀୟ ଦିନ ମଧ୍ୟ କମାଲ ଜାରି ରଖିଛନ୍ତି। ପ୍ରଥମ ଦିନ ସଲାମୀ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ଏବଂ କ୍ୟାପ୍ଟେନ ଶୁଭମନ ଗିଲ ଧମାକାଦାର ଶତକ ମାରିଛନ୍ତି। ସେହିପରି ଦ୍ୱିତୀୟ ଦିନ ୱିକେଟକିପର ବ୍ୟାଟର ଋଷଭ ପନ୍ତ ଶାନଦାର ଶତକ ହାସଲ କରି ନୂଆ ଇତିହାସ ରଚିଛନ୍ତି।
ଋଷଭ ପନ୍ତ ଦ୍ୱିତୀୟ ଦିନ ପ୍ରଥମ ସେସନରେ ୧୪୬ ବଲରେ ଛକ୍କାରେ ନିଜର ଶତକ ପୂରା କରିଛନ୍ତି। ପନ୍ତ ଟେଷ୍ଟରେ ତୃତୀୟ ଥର ଛକ୍କାରେ ନିଜର ଶତକ ହାସଲ କରିଛନ୍ତି।
ପନ୍ତଙ୍କ କ୍ୟାରିୟରରେ ଏହା ୭ମ ଶତକ। ଏଥିସହ ମହେନ୍ଦ୍ର ସିଂ ଧୋନୀଙ୍କ ୧୧ ବର୍ଷ ପୁରୁଣା ବଡ଼ ରେକର୍ଡ ଚକମାଚୁର ହୋଇଯାଇଛି।
ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଶତକ ମାରିଥିବା ବାରତୀୟ ୱିକେଟକିପର-ବ୍ୟାଟର:
ଋଷଭ ପନ୍ତ-୭
ଏମଏସ ଧୋନୀ-୬
ରିଦ୍ଧିମାନ ସାହା-୩
ଫାରୁଖ ଇଞ୍ଜିନିୟର-୨
ବୁଦ୍ଧି କୁନ୍ଦେରନ-୨