fbpx

ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଖୁସିଖବର: ସଫଳ ହେଲା ଋଷଭ ପନ୍ତଙ୍କ ଅସ୍ତ୍ରୋପଚାର, ସୁସ୍ଥ ହେବାରେ ଲାଗିଛନ୍ତି କ୍ରିକେଟର

ନୂଆଦିଲ୍ଲୀ: ଭାରତର ସୁପରଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଡିସେମ୍ବର ୩୦ ରେ ଦିଲ୍ଲୀରୁ ଘରକୁ ଯାଉଥିବାବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି କାରଣରୁ ତାଙ୍କ ମଥା ଏବଂ ଆଣ୍ଠୁରେ ଆଘାତ ଲାଗିଥିଲା । ତାଙ୍କର ଲିଗାମେଣ୍ଟ ମଧ୍ୟ ଆଘାତ ହୋଇଥିଲା । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଡେରାଡୁନରୁ ମୁମ୍ବାଇ ସିଫ୍ଟ କରାଯାଇଥିଲା । ଏବେ ପନ୍ତଙ୍କ ମାମଲାରେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ପନ୍ତଙ୍କ ଅସ୍ତ୍ରୋପଚାର :-
ଭାରତୀୟ ଦଳର ପ୍ରଶଂସକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଗତକାଲି ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ କ୍ରିକେଟର ଋଷଭ ପନ୍ତଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳ ହୋଇଥିଲା । ସେ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ଅଛନ୍ତି ଏବଂ ଶୀଘ୍ର ସୁସ୍ଥ ହେଉଛନ୍ତି । ଡକ୍ଟର ପାରଦୀୱାଲା ଏବଂ ତାଙ୍କ ଟିମ୍ ଶୁକ୍ରବାର ସକାଳ ପ୍ରାୟ ୧୦.୩୦ ସମୟରେ ପନ୍ତଙ୍କ ଅପରେସନ୍ କରିଥିଲେ, ଯାହା ପ୍ରାୟ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।

ତେବେ ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ତିନୋଟି ଫର୍ମାଟରେ କ୍ରିକେଟ୍ ଖେଳିଛନ୍ତି । ସେ ବିସ୍ଫୋରକ ବ୍ୟାଟିଂରେ ଜଣେ ପାରଦର୍ଶୀ ଖେଳାଳି ଏବଂ କ୍ରିଜ ଉପରେ ପାଦ ଦେବା ମାତ୍ରେ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପ୍ରସିଦ୍ଧ । ସେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସିରିଜ୍ ଜିତିଥିଲେ । ପନ୍ତ ଭାରତ ପାଇଁ ୩୩ ଟି ଟେଷ୍ଟ ମ୍ୟାଚ୍, ୩୦ ଟି ୱାନଡେ ଏବଂ ୬୬ ଟି -୨୦ ମ୍ୟାଚ୍ ଖେଳିଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀରୁ ଘରକୁ ଫେରୁଥିବା ସମୟରେ ଋଷଭଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ପନ୍ତଙ୍କ କାର ରେଲିଂରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା । କାରରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ, ତାହା କାରରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି । ତାଙ୍କ ପିଠି ଏବଂ କାନ୍ଧରେ ମଧ୍ୟ ଆଘାତ ଲାଗିଛି ।

ଦୁର୍ଘଟଣା ପରେ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପନ୍ତଙ୍କୁ ଦିଲ୍ଲୀ ରୋଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲା । ଏହା ପରେ ଅଗ୍ନିଶମ ବିଭାଗର ଟିମ୍ ଜଳୁଥିବା ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ନିଆଁ ଲିଭାଇବା ବେଳକୁ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

Get real time updates directly on you device, subscribe now.