fbpx

ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ଦେଇପାରନ୍ତି ଇସ୍ତଫା, Exit Poll ରେଜଲ୍ଟରେ ବଡ଼ଧରଣ ପରିବର୍ତ୍ତନ

Advertisement

ନୂଆଦିଲ୍ଲୀ: ଏକଜିଟ ପୋଲର ଫଳାଫଳରେ ବ୍ରିଟେନର କଂଜର୍ବେଟିଭ ପାର୍ଟୀକୁ ହାରିବାକୁ ପଡୁଛି । ଏହହାରି ମଧ୍ୟରେ ରୁଷି ସୁନକ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ଖବର ସାମ୍ନାକୁ ଆସୁଛି । ଯଦି ଏକଜିଟ ପୋଲର ଫଳାଫଳ ସତରେ ପରିବର୍ତ୍ତନ ହୁଏ ତେବେ ଏଥର ୟୁକେରେ ଲେବର ପାର୍ଟୀକୁ ବହୁ ସଂଖ୍ୟାରେ ବିଜୟ ମିଳିବ । ଏଥିସହ ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ମିଳିବ ।

ୟୁନାଇଟେଡ କିଙ୍ଗଡମ ଇଂଲଣ୍ଡ, ବେଲ୍ସ, ସ୍କଟଲ୍ୟାଣ୍ଡ ଏବଂ ଉତ୍ତର ଆୟରଲ୍ୟାଣ୍ଡକୁ ନେଇ ଗଠିତ । ଏହି ସମସ୍ତ ୪ ଦେଶରେ ସାଧାରଣ ନିର୍ବାଚନ ହୋଇଥାଏ । ସମୁଦାୟ ସାରା ବ୍ରିଟେନରେ ୬୫୦ ନିର୍ବାଚନ କ୍ଷେତ୍ର ଅଟେ । ଏଥିରୁ ୫୩୩ ସିଟ ଇଂଲଣ୍ଡ, ୪୦ ସିଟ ବେଲ୍ସ, ୫୯ ସିଟ ସ୍କଟଲ୍ୟାଣ୍ଡ ଏବଂ ୧୮ ସିଟ ଉତ୍ତର ଆୟରଲ୍ୟାଣ୍ଡରେ ଅଛି । ୪ ଜୁନ ସକାଳରେ ୭ଟାରୁ ରାତି ୧୦ ପର୍ଯ୍ୟନ୍ତ ମତଦାନ ହୋଇଥିଲା, ଯାହାପରେ ଭୋଟଗଣନା ଜାରି ରହିଛି ଏବଂ ରେଜଲ୍ଟ ମଧ୍ୟ ଏବେ ଆସିବ । ଏହାରି ମଧ୍ୟରେ ଖବର ରହିଛି ଯେ, ରୁଷି ସୁନକ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇପାରନ୍ତି ।

ବିବିସି ଏକଜିଟ ପୋଲ ମୁତାବକ କୀର ଷ୍ଟାର୍ମରର ପାର୍ଟୀ ୪୧୦ ସିଟ ଜିତିପାରେ । ସେହିପରି ରୁଷି ସୁନକଙ୍କ ପାର୍ଟୀ କଂଜର୍ବେଟିଭକୁ ୧୩୧ ସିଟ ମିଳିବା ନେଇ ଅନୁମାନ କରାଯାଉଛି । ବ୍ରିଟେନର ୬୫୦ ସାଂସଦମାନଙ୍କ ଗୃହରେ ବହୁମତର ସରକାର ଗଠନ କରିବା ଲାଗି ୩୨୬ ସିଟର ଆବଶ୍ୟକତା ରହିଛି । ହାରିବାର ସଙ୍କେତ ମିଳିବା ମାତ୍ରେ ରୁଷି ସୁନକ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି।

Get real time updates directly on you device, subscribe now.