fbpx

ରାଜ୍ୟର ସ୍ୱେରେଜ ପାଣିରେ କରୋନା ଭୂତାଣୁ ରହିଛି! ଖୁବଶୀଘ୍ର ରିସର୍ଚ୍ଚ ଆରମ୍ଭ କରିବ RMRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱେରେଜ ପାଣିରେ କରୋନା ଭାଇରସ୍ ରହିଛି ନା ନାହିଁ । ଏନେଇ ରିସର୍ଚ୍ଚ ଆରମ୍ଭ କରିବ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆରଏମଆରସି) । ସ୍ୱେରେଜ ପାଣିକୁ ନେଇ କରୋନା ଓ ଅନ୍ୟ ଭୂତାଣୁ ବାହକ ରୋଗ ଉପରେ ଗବେଷଣା କରାଯିବ । ଏଥିପାଇଁ କଟକ, ଭୁବନେଶ୍ୱର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସହରର ସ୍ୱେରେଜ ପାଣି ସଂଗ୍ରହ କରାଯିବ ।

ଯେଉଁ ସ୍ଥାନମାନଙ୍କରେ ସଂକ୍ରମଣ ସ୍ଥିତି ଅଧିକ ରହୁଛି, ଯେଉଁ ସ୍ଥାନକୁ ବାହାର ରାଜ୍ୟରୁ ଅଧିକ ଲୋକ ଯିବା ଆସିବା କରୁଛନ୍ତି, ସେହି ସ୍ଥାନର ପାଣିରେ ଥିବା ଭୂତାଣୁର ଡିଏନଏ ଓ ଆରଏନଏ ଜିନୋମ ସିକ୍ୱେନ୍ସିଂ କରାଯିବ । ଏହି ରିସର୍ଚ୍ଚର ପ୍ରକ୍ରିୟା ଉପରେ ଏକ ପ୍ରସ୍ତାବ ଆରଏମଆରସି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ଗବେଷଣା ଆରମ୍ଭ କରାଯିବ ।

ସ୍ୱେରେଜ ପାଣିରେ କରୋନା ଭୂତାଣୁ ଅଛି ନା ନାହିଁ, ଯଦି ଅଛି ତେବେ ତାହା କେତେ ଦିନ ପର୍ଯ୍ୟନ୍ତ ତିଷ୍ଠି ରହୁଛି, ଭୂତାଣୁ ପାଣିରେ ନିଜକୁ ଗତିଶୀଳ କରାଇ ପାରୁଛି ନା ନାହିଁ, ପାଣିରେ ନୂଆ ଭାରିଆଣ୍ଟ ସୃଷ୍ଟି ହେଉଛି କି ନାହିଁ, ସଂକ୍ରମଣ କ୍ଷମତା କିପରି ରହୁଛି, ଏହି ପାଣି ଦ୍ୱାରା ମଣିଷ କି ଜୀବଜନ୍ତୁ କିପରି ପ୍ରଭାବିତ ହେଉଛନ୍ତି, ପାଣିରେ ଭୂତାଣୁର ଜୀବନଶୈଳୀ କିପରି ରହୁଛି ଆଦି ବିଭିନ୍ନ ଦିଗ ଉପରେ ରିସର୍ଚ୍ଚ ଆରମ୍ଭ କରି ଆରଏମଆରସି ।

Get real time updates directly on you device, subscribe now.