ବାପ-ଝିଅଙ୍କ ଉପରେ ମାଡ଼ିଗଲା ହାଇୱା, ସ୍କୁଲରୁ ଝିଅକୁ ନେଇ ଆସୁଥିବା ବେଳେ ଦୁର୍ଘଟଣା
ଘଟଣା ସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ।
ପାରାଦୀପ: ବାଇକ୍ ଉପରେ ମାଡ଼ିଗଲା ହାଇୱା। ଏକା ସାଙ୍ଗରେ ଚାଲିଗଲା ବାପ- ଝିଅଙ୍କ ଜୀବନ।
କଟକ- ପାରାଦୀପ ରାସ୍ତା କୋଠିସାହି ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ବାଇକ୍ରେ ଝିଅକୁ ସ୍କୁଲକୁ ନେଇ ଘରକୁ ଫେରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା।
ବାଇକ୍ ଉପରେ ମାଡ଼ି ଯାଇଥିଲା ହାଇୱା। ଘଟଣା ସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ପରସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।