fbpx

ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ଗାଁର ୧୪ ମୃତ; ୫ ଜଣଙ୍କର ଅବସ୍ଥା ଗୁରୁତର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚକରାତା ଅଞ୍ଚଳରେ ଥିବା ବାୟଲା ଗାଁରୁ ବିକାଶନଗର ଅଭିମୁଖେ ଯାଉଥିବା ଏକ ୟୁଟିଲିଟି ବସ୍ ଏକ ବଡ଼ ଖାଲକୁ ଖସିବା ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ଏଥିରେ ୧୯ ଜଣ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ୧୪ ଜଣଙ୍କ ପ୍ରାଣ ଚାଲିଯାଇଛଇ । ଘଟଣାସ୍ଥଳରେ ୧୪ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନ୍ୟ ମାନେ ଗୁରୁତର ଭାବରେ ଆହତ ହୋଇଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସମେତ ରେସ୍କ୍ୟୁ ଟିମ୍ ମଧ୍ୟ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Get real time updates directly on you device, subscribe now.