fbpx

(Video) ମୋତେ ଅଶ୍ଲୀଳ ଭିଡିଓ ପଠାଇବୁ, ନୂଆ ନମ୍ବରରେ କଲ୍ କରିବୁ, ଗାଳିଗୁଲଜ କରିବୁ, ଏବେ ନାମ ନେ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଯୁବକ, ଯୁବତୀଙ୍କ ପ୍ରେମ କାହାଣୀ ବହୁତ ଶସ୍ତା ହୋଇଗଲାଣି । ସକାଳୁ ପ୍ରେମ ରାତିରେ ସେକ୍ସ । ସକାଳୁ ପ୍ରେମ ରାତିରେ ବ୍ରେକଅପ୍ । ଦେଖୁଦେଖୁ ପ୍ରେମ, ଏକ ସେକେଣ୍ଡରେ ଚାପୁଡ଼ା । ପ୍ରେମ ଆଉ ଆତ୍ମହତ୍ୟା ଏକ ସାଧାରଣ କଥା ହୋଇଗଲାଣି । ତେବେ ନିକଟରେ ଏକତରଫା ପ୍ରେମ କରି ଜଣେ ଯୁବକ ବହୁତ ଖାଇଛନ୍ତି ।

ଯୁବକ ଜଣଙ୍କ ଜଣେ ଯୁବତୀଙ୍କୁ ନୂଆ ନମ୍ବରରେ ଫୋନ୍ କରିବା ସହ ଅଶ୍ଲୀଳ ଭିଡିଓ ପଠାଇ ମାଡ଼ ଖାଇଛନ୍ତି । ଏପରିକି ସେ ଯୁବତୀଙ୍କ ପାଦ ଛୁଇଁ ଭୁଲ ମାଗୁଥିବା ଜଣାପଡ଼ିଛି । କଟକରେ ଏଭଳି ଜଣେ ରୋଡ଼ ରୋମିଓଙ୍କ କାରନାମା ଦେଖିବାକୁ ମିଳିଛି । ରୋମିଓଙ୍କ ନାମ ରଜତ ମହାନ୍ତି ହୋଇଥିବା ବେଳେ ଯୁବତୀଙ୍କ ନାମ ପାୟଲ ପ୍ରିୟଦର୍ଶିନୀ । ଯୁବକ ଜଣଙ୍କ ତାଙ୍କୁ ଅସଦାଚରଣ କରୁଥିବା ପାୟଲ ଅଭିଯୋଗ କରିଛନ୍ତି । ମହିଳାଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡ଼ିଛି ।

ରଜତ ତାଙ୍କୁ ଅଶ୍ଲୀଳ ଭିଡିଓ ପଠାଇବା ସହ ଗାଳିଗୁଲଜ କରୁଥିବା ପାୟଲ ଅଭିଯୋଗ କରିଛନ୍ତି । ଏନେଇ ପାୟଲ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ପାୟଲ ରଜତଙ୍କୁ ମାଡ଼ ମାରୁଥିବା ଦେଖାଯାଉଛି । ତେବେ ଏଭଳି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ଭୁଲ କାହିଁକି କଲୁ, ନାମ କାହିଁକି ନେଲୁ ବୋଲି କିଛି ୟୁଜର୍ସ ଯୁବକଙ୍କୁ ମଜାଳିଆ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.