୬ ମିନିଟ୍ରେ ୨୦ ଲକ୍ଷର ସୁନା, ରୁପା ଲୁଟ୍, ଡେଲିଭରି ବୟ ବେଶରେ ବୁଲାଇଲେ କଳାକନା
ବନ୍ଧୁକ ଦେଖାଇ ୨୦ କିଲୋଗ୍ରାମ ରୁପା ଏବଂ ୧୨୫ ଗ୍ରାମ ସୁନା ନେଇ ଚମ୍ପଟ।
ଉତ୍ତରପ୍ରଦେଶ: ଦିନ ଦ୍ୱିପହରରେ ଲୁଟ୍। ଅନଲାଇନ୍ ଡେଲିବରି ବୟ ବେଶରେ ଆସି ଲୁଟ୍। ଉତ୍ତରପ୍ରଦେଶ ଗାଜିୟାବାଦ ଜିଲ୍ଲାରେ ବୃଜ ବିହାରରେ ଏଭଳି ଲୁଟ୍ କରିଛନ୍ତି ଲୁଟେରା।
ଅନଲାଇନ୍ ଡେଲିଭରି ବୟ ବେଶରେ ଲୁଟେରା ଏକ ସୁନା ଦୋକାନରେ ପଶି ଯାଇଥିଲେ। ୬ ମିନିଟ୍ରେ ୨୦ ଲକ୍ଷରୁ ଅଧିକ ସୁନା ଗହଣା ନେଇ ଚମ୍ପଟ ମାରିଥିଲେ। ମାନସି ସୁନା ଗହଣା ଦୋକାନରେ ଏଭଳି ଲୁଟ୍ କରିଛନ୍ତି ଲୁଟେରା।
ବନ୍ଧୁକ ଦେଖାଇ ୨୦ କିଲୋଗ୍ରାମ ରୁପା ଏବଂ ୧୨୫ ଗ୍ରାମ ସୁନା ନେଇ ଚମ୍ପଟ ମାରିଛନ୍ତି। ଦୋକାନ ମାଲିକ ନଥିବା ବେଳେ ଏହି ଲୁଟ୍ କରିଛନ୍ତି ଲୁଟେରା। ଲୁଟର ସମସ୍ତ ଘଟଣା ସୁନା ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।
ସିସିଟିଭିରେ ଦେଖିବାକୁ ମିଳିଛି ସୁନା ଦୋକାନ ମୁହଁରେ ଏକ ଯୁବକ ଦୋକାନ ଜଗିକି ରହିଛନ୍ତି। ଠିକ୍ ସେହି ସମୟରେ ଦୁଇ ଜଣ ଅନଲାଇନ ଡେଲିଭରି ବୟ ବେଶରେ ସେଠାକୁ ଆସିଥିଲେ। ଯୁବକ ଜଣଙ୍କ ଭିତରକୁ ପଶିବାକୁ ମନା କରିବାରୁ ବନ୍ଧୁକ ଦେଖାଇ ଯୁବକଙ୍କୁ ଠେଲି ଭିତରେ ପଶିଥିଲେ ଏହି ଦୁଇ ଯୁବକ।
ମାତ୍ର ୬ ମିନିଟରେ ସୁନା, ରୁପା ଧରି ଦୋକାନରୁ ଚମ୍ପଟ ମାରିଥିଲେ ଲୁଟେରା। ଦୋକାନ କର୍ମଚାରୀ ମଧ୍ୟ କିଛି କରିପାରିନଥିଲେ। ଦୋକାନରୁ ଚୋରି ହେଉଥିବା ଦେଖି ମଧ୍ୟ ଚୁପ୍ ହୋଇ ଠିଆ ହୋଇଥିଲେ ଦୋକାନରେ ଥିବା କର୍ମଚାରୀ।
ପୋଲିସ କହିଛି ଯେ ଡକାୟତମାନେ ଅନଲାଇନ୍ ଡେଲିଭରି ବ୍ୟକ୍ତିମାନଙ୍କ ପରି ପୋଷାକ ପିନ୍ଧିଥିଲେ, ଯାହା ପ୍ରଥମରୁ ସନ୍ଦେହ ସୃଷ୍ଟି କରିନଥିଲା। ଘଟଣା ପରେ ପୋଲିସ ଆଖପାଖ ଅଞ୍ଚଳକୁ ସିଲ୍ କରି ଦୋକାନ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।
ଏହି ମାମଲାରେ ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ୨୦ କିଲୋ ରୂପା ୧୨୫ ଗ୍ରାମ ସୁନା ଲୁଟି ନେଇଛନ୍ତି। ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ୬ଟି ଟିମ୍ ଗଠନ କରାଯାଇଛି। ଅପରାଧୀଙ୍କୁ ଯଥାଶୀଘ୍ର ଗିରଫ କରାଯିବ।