DORTMUNDକୁ ଡୁବାଇଲେ ଲିଓଣ୍ଡୋସ୍କି; ବାୟେର୍ଣ୍ଣ ମ୍ୟୁନିକ ଜିତିଲା ସୁପର କପ୍

ନୂଆଦିଲ୍ଳୀ: ପୋଲାଣ୍ଡର ଷ୍ଟାର ଷ୍ଟ୍ରାଇକର ରବର୍ଟ ଲିଓଣ୍ଡୋସ୍କିଙ୍କ ଡବଲ ଗୋଲ ବଳରେ ସୁପର କପ୍ ଜିତିବାରେ ସକ୍ଷମ ହୋଇଛି ବାୟେର୍ଣ୍ଣ ମ୍ୟୁନିକ୍ । ଜର୍ମନ ସୁପର କପରେ ବୋରୁସିଆ ଡର୍ଟମୁଣ୍ଡକୁ ୩-୧ରେ ପରାସ୍ତ କରି ଟାଇଟଲ ହାସଲରେ ସଫଳ ହୋଇଛି ବାୟେର୍ଣ୍ଣ ମ୍ୟୁନିକ୍ । ଏହା ସହିତ ଲିଓଣ୍ଡୋସ୍କି ଚଳିତ ସିଜିନରେ ୪୧ ଗୋଲ ସ୍କୋର କରି ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ।

ଚଳିତ ସିଜିନର ଅନ୍ତିମ ମ୍ୟାଚଟି ୪୧ ମିନିଟ ପର୍ଯ୍ୟନ୍ତ ଗୋଲ ଶୂନ୍ୟ ରହିଥିଲା । ଲିଓଣ୍ଡୋସ୍କି ୪୧ ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରି ବାୟେର୍ଣ୍ଣର ଖାତା ଖୋଲିଥିଲେ । ଜର୍ମାନୀ ଷ୍ଟ୍ରାଇକର ଥୋମାସ ମ୍ୟୁଲେର ୪୯ତମ ମିନିଟରେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ମ୍ୟାଚର ୬୪ତମ ମିନିଟରେ ମାର୍କୋ ରିଉସ ବୋରୁସିଆ ଡର୍ଟମୁଣ୍ଡ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ୭୪ତମ ମିନିଟରେ ଲିଓଣ୍ଡୋସ୍କି ଦ୍ୱିତୀୟ ଗୋଲ ସ୍କୋର କରିବା ସହିତ ସୁପର କପ ବିଜୟରେ ଦଳକୁ ସହାୟତା କରିଥିଲେ । ଅଧିନାୟକ ମାନୁଏଲ ନ୍ୟୁୟେର ମଧ୍ୟ ଦୁଇଟି ଚମକ୍ରାର ସେଭ୍ କରି ଦଳକୁ ବିଜୟୀ କରାଇଥିଲେ । ଏହାକୁ ମିଶାଇ ଦଳ ୩୧ ଥର ଜର୍ମାନ ସୁପର କପ ବିଜୟୀ ହୋଇଥିବା ବେଳେ ବିଗତ ୯ ବର୍ଷ ଧରି ଏହା କ୍ରମାଗତ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି ।