fbpx

ଅଳିଆ ଗଦାରେ ପୋତା ହୋଇଛି ୨୦୦୦ କୋଟିର ସମ୍ପତ୍ତି: ଖୋଜିବ ରୋବଟ ଡଗ୍

ନୂଆଦିଲ୍ଲୀ: ୟୁନାଇଟେଡ କିଙ୍ଗଡମ (ୟୁକେ) ରୁ ବର୍ତ୍ତମାନ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା । ସେଠାରେ ଜିମ୍ସ ହାୱେଲ୍ସ ନାମକ ଜଣେ ବ୍ୟକ୍ତି ୯ ବର୍ଷ ପୂର୍ବେ ଅଳିଆ ଗଦାରେ ଏକ ହାର୍ଡ ଡ୍ରାଇଭ୍ ଫିଙ୍ଗି ଦେଇଥିଲେ, ଯେଉଁଥିରେ ଷ୍ଟୋର ଥିଲା ବିଟ୍ କଏନ୍ । ତେବେ ସେହି ବିଟ୍ କଏନର ମୂଲ୍ୟ ବର୍ତ୍ତମାନ ସମୟରେ ପାଖାପାଖି ୨୬୧ ମିଲିୟନ ଡଲାର ଅର୍ଥାତ ୨୦୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ବିଟ୍ କଏନକୁ ୨୦୦୯ ମସିହାରେ ବ୍ୟକ୍ତି ଜଣଙ୍କ ହାର୍ଡ ଡ୍ରାଇଭରେ ଷ୍ଟୋର କରିଥିଲେ । ଏପରିକି ଏହି ହାର୍ଡ ଡ୍ରାଇଭକୁ ଅଳିଆ ଗଦାରେ ଫିଙ୍ଗିବା ସମୟରେ ସେ ଜାଣି ନଥିଲେ, ଯେ ଭବିଷ୍ୟତରେ ଏହି ବିଟ୍ କଏନର ମୂଲ୍ୟ ଏତେ ଅଧିକ ହେବ ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଅଳିଆ ଗଦାରେ ପୋତି ହୋଇଥିବା ହାର୍ଡ ଡ୍ରାଇଭ ଘଟଣା ୟୁନାଇଟେଡ କିଙ୍ଗଡମ (ୟୁକେ)ର ନିୟୁ ପୋର୍ଟରୁ ଆସିଛି । ଜେମ୍ସ ହାୱେଲ୍ସ ନିଷ୍ପତି ନେଇଛନ୍ତି ଯେ, ସେ ତାଙ୍କର ସେହି ହାର୍ଡ ଡ୍ରାଇଭକୁ ସେହି ଅଳିଆ ଗଦାରୁ ଖୋଜି ବାହାର କରିବେ । ଏଥିପାଇଁ ସେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ତାଙ୍କୁ ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଅଳିଆ ଗଦାରେ ପୋତି ହୋଇଥିବା ହାର୍ଡ ଡ୍ରାଇଭକୁ ଖୋଜିବା ପାଇଁ ସେ ନାସାର ରୋବର୍ଟ ଡଗର ସାହାଯ୍ୟ ନେବେ ।

ଜେମ୍ସ ହାୱେଲ୍ସ କହିଛନ୍ତି ଯେ ଏହା ଏକ ବୃତ୍ତିଗତ ଅପରେସନ ହେବ । ଏହି ହାର୍ଡ ଡ୍ରାଇଭକୁ ଲ୍ୟାଣ୍ଡ ଫିଲରେ ଖୋଜାଯିବା ବେଳେ ,ଏହାକୁ ଖୋଜିବା ପାଇଁ ପାଖାପାଖି ୩ ବର୍ଷ ସମୟ ଲାଗିବ । ତେବେ ପୂର୍ବରୁ ନାସା ଏହିପରି ଅପରେସନ କରି ସେଥିରେ ସଫଳତା ହାସଲ କରିଛି ।

Get real time updates directly on you device, subscribe now.