fbpx

ମନୁଷ୍ୟ ଭଳି ଧୋକା ଦେଇପାରେ ରୋବୋଟ୍, ଅଧ୍ୟୟନରେ ଖୁଲାସା

Robots Can Lie And Deceive Like Humans

ନୂଆଦିଲ୍ଲୀ: ବର୍ତ୍ତମାନର ଆଧୁନିକ ଯୁଗରେ ରୋବୋଟର ବ୍ୟବହାର ବୃଦ୍ଧି ପାଇଛି । ବିଶେଷକରି ଚିକିତ୍ସା କ୍ଷେତ୍ରରେ ରୋବୋଟର ବ୍ୟବହାର ଅଧିକ ହେଉଥିଲା । ଏହାକୁ ନେଇ ଚର୍ଚ୍ଚା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ରୋବୋଟ ମିଛ କହିପାରେ ଏବଂ ଅନ୍ୟମାନଙ୍କ ଭଳି ଧୋକା ଦେଇପାରେ ବୋଲି ଏକ ଅଧ୍ୟୟନରେ ସ୍ପଷ୍ଟ କରାଯାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଦ୍ବାରା ଏହା ସମ୍ଭବ ବୋଲି ଅଧ୍ୟୟନରେ କୁହାଯାଇଛି । ଅଧ୍ୟୟନରେ କୁହାଯାଇଛି ଯେ, ଅନୁମାନ କରାଯାଉଛି କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଚାଟବୋଟର ବ୍ୟବହାର ଦ୍ବାରା ଏହା ସମ୍ଭବ ହୋଇପାରୁଛି । ଏଭଳି ଟେକନିକକୁ ନେଇ ଚିନ୍ତିତ ହେବା ଉଚିତ । କାରଣ ଏହା ସୁପ୍ରଭାବ ଅପେକ୍ଷା କୁପ୍ରଭାବ ପକାଇଥାଏ ।

ଏଭଳି ଅନେକ କମ୍ପାନୀ ରହିଛି ଯେଉଁମାନେ କି ଏଆଇ ଚାଟବୋଟର ଉପଯୋଗ କରି ରବୋଟକୁ ସତ୍ୟତା ବଦଳରେ ମିଛ କହିବା ଭଳି ତିଆରି କରିଛନ୍ତି । ସମାଜକୁ ଏଭଳି ହାନିକାରକ ଧୋକା ଠାରୁ ନିଜକୁ ବଞ୍ଚାଇ ରଖିବାର ଆବଶ୍ୟକତା ରହିଛି । ଫ୍ରଣ୍ଟିୟର୍ସ ଇନ ରୋବୋଟିକ୍ସ ଆଣ୍ଡ ଏଆଇ ପତ୍ରିକାରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ରୋବୋଟ ମନୁଷ୍ୟକୁ ତିନୋଟି ଉପାୟରେ ଧୋକା ଦେଇପାରେ ବୋଲି କୁହାଯାଇଛି  । ଇଣ୍ଟରନାଲ ଷ୍ଟେଟ ନିସେପ୍ସନ, ହିଡନ ଷ୍ଚେଟ ଡିସେପ୍ସନ ଏବଂ ସୁପରଫିସିୟଲ ଷ୍ଚେଟ ଡିସେପ୍ସନ ।

Get real time updates directly on you device, subscribe now.