Breaking: ବିଦେଶିନୀଙ୍କ ଜଙ୍ଘରେ ଟାଟୁ କରି ବନ୍ଧା ହେଲେ ରକି, କାଲି କରାଯିବ କୋର୍ଟ ଚାଲାଣ

ଭୁବନେଶ୍ୱର: ବିଦେଶିନୀଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ ନେଇ ୨ ଜଣ ଗିରଫ । ଟାଟୁ କରିଥିବା ବ୍ୟକ୍ତି ଓ ଟାଟୁ ଦୋକାନ ମାଲିକଙ୍କୁ ଗିରଫ କରିଛି ପୋଲିସ ।

ଉଭୟଙ୍କୁ ଗିରଫ କରିଛି ସହିଦନଗର ପୋଲିସ । ଗିରଫ ହୋଇଥିବାଙ୍କ ମଧ୍ୟରୁ ରକି ରଞ୍ଜନ ବିଷୋୟୀ ଦୋକାନର ମାଲିକ ହୋଇଥିବାବେଳେ ଅଶ୍ନିନୀ ପ୍ରଧାନ ତାଙ୍କ ଦୋକାନରେ ରହି କାମ କରୁଥିବା ଜଣାପଡ଼ିଛି ।

ରକି ଟାଟୁ ନାଁରେ ଭୁବନେଶ୍ୱର ସମେତ ଓଡ଼ିଶାରେ ଫେମସ ଥିବା ରକିଙ୍କୁ ଗିରଫ କରିଛି ପୋଲିସ ।

ଉଭୟଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ।

ସହିଦନଗର ଥାନାରେ ଜଙ୍ଘରେ ଟାଟୁ ନେଇ ଅଭିଯୋଗ ପରେ ଟାଟୁ ଦୋକାନରେ ପୋଲିସ ଚଢ଼ାଉ କରିଥିଲା । କିନ୍ତୁ ରକି ଫେରାର୍ ହୋଇଯାଇଥିଲେ । ଏହାପରେ ଇନଷ୍ଟାଗ୍ରାମରେ ଭିଡିଓ କରି ରକି ଭୁଲ୍ ମାଗିଥିଲେ ।