fbpx

ବିଶ୍ୱ ରେକର୍ଡରୁ ୨ ପାଦ ଦୂରରେ ରୋହିତ: ଧୋନୀଙ୍କୁ ପଛରେ ପକାଇ ହେବେ ସର୍ବଶ୍ରେଷ୍ଠ ଅଧିନାୟକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଅଧିନାୟକ ରୋହିତ ଶର୍ମା ଦମଦାର କମବ୍ୟାକ କରିଛନ୍ତି । ପ୍ରଥମ ୨ଟି ମ୍ୟାଚରେ ବିଜୟୀ ହୋଇ ସିରିଜ ନିଜ ନାମରେ କରିଥିବା ବେଳେ ଏବେ ଏକ ବିଶ୍ୱ ରେକର୍ଡ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି ରୋହିତ । ବ୍ୟାଟିଂରେ ବିଫଳ ହୋଇଥିଲେ ମଧ୍ୟ ଅଧିନାୟକ ଭାବରେ ରୋହିତ ଏକ ମାଇଲଷ୍ଟୋନ ନିଜ ନାମରେ କରିବାକୁ ଯାଉଛନ୍ତି । ଏହି ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଦଳ ବିଜୟୀ ହେଲେ, ସେ ଏକ ବିଶାଳ ରେକର୍ଡ ନିଜ ନାମରେ କରିପାରନ୍ତି ।

ଟି-୨୦ ଫର୍ମାଟରେ ସେ ସର୍ବାଧିକ ବିଜୟଲାଭ କରି ସର୍ବଶ୍ରେଷ୍ଠ ଅଧିନାୟକ ଭାବରେ ରେକର୍ଡ ସୃଷ୍ଟି କରିପାରନ୍ତି । ଟି-୨୦ କ୍ରିକେଟରେ ସର୍ବଶ୍ରେଷ୍ଠ ଅଧିନାୟକ ହେବା ତାଲିକାରେ ମାତ୍ର ୨ ପାଦ ଦୂରରେ ରହିଛନ୍ତି ରୋହିତ । ବର୍ତ୍ତମାନ ସୁଦ୍ଧା ରୋହିତ ଟି-୨୦ରେ ମୋଟ ୪୧ଟି ମ୍ୟାଚ ଜିତିଛନ୍ତି । ଏହି ତାଲିକାରେ ସେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଧୋନୀଙ୍କ ସମକକ୍ଷ ହୋଇ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇ ରୋହିତ ଏହି ରେକର୍ଡ ନିଜ ନାମରେ କରିଥିଲେ । ତେବେ ଏହି ସିରିଜର ତୃତୀୟ ମ୍ୟାଚ ଜିତିଲେ ସେ ଟି-୨୦ ଇତିହାସରେ ସର୍ବାଧିକ ମ୍ୟାଚ ଜିତିଥିବା ଅଧିନାୟକ ତାଲିକାର ପ୍ରଥମ ସ୍ଥାନକୁ ଯାଇପାରନ୍ତି । ୪୧ଟି ମ୍ୟାଚରେ ବିଜୟୀ ହୋଇ ଧୋନୀ ଏବଂ ରୋହିତ ତାଲିକାର ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି ।

ତେବେ ବର୍ତ୍ତମାନ ଏହି ତାଲିକାର ଶୀର୍ଷରେ ୩ ଜଣ ଅଧିନାୟକ ୪୨ଟି ବିଜୟ ସହ ରୋହିତଙ୍କ ଉପରେ ରହିଛନ୍ତି । ଅସଗର ଆଫଗାନ୍ ୫୨ଟି ମ୍ୟାଚରୁ ୪୨ ବିଜୟ ସହ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟରେ ୭୨ଟି ମ୍ୟାଚରୁ ୪୨ଟି ବିଜୟୀ ହୋଇ ଇଓନ୍ ମୋର୍ଗାନ ଏବଂ ୭୧ ମ୍ୟାଚରୁ ୪୨ ବିଜୟ ସହ ବାବର ଆଜମ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ରୋହିତ ଆଉ ୨ଟି ଟି-୨୦ ମ୍ୟାଚ ଜିତିଲେ ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ଭାବରେ ଏକ ମାଇଲଷ୍ଟୋନ ସୃଷ୍ଟି କରିପାରନ୍ତି ।

Get real time updates directly on you device, subscribe now.