fbpx
BSKY
BJD MC SKY
BJD MS SKY

ଅଲିମ୍ପିକ୍ସ ଯୋଗ୍ୟତା ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଚଳିତ ବର୍ଷ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସ ଗେମ୍ସରେ ଖେଳିବା ପାଇଁ ପ୍ରୟାସକୁ ସୁଦୃଢ଼ କରି ଏଫଆଇଏଚ୍ ହକି ଅଲିମ୍ପିକ୍ସ କ୍ୱାଲିଫାୟରର ସେମିଫାଇନାଲରେ ପ୍ରବେଶ କରିଛି। ଝାଡଖଣ୍ଡର ରାଞ୍ଚିରେ ଚାଲିଥିବା ଏଫ୍ ଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟରର ପୁଲ୍ ‘ବି’ର ଅନ୍ତିମ ମ୍ୟାଚ୍ ରେ ଭାରତ ୫-୧ ଗୋଲରେ ଇଟାଲୀକୁ ପରାସ୍ତ କରିଛି। ଏହି ଏକତରଫା ମ୍ୟାଚ୍ ରେ ଉଦିତା ଭାରତ ପକ୍ଷରୁ ଦୁଇଟି ଗୋଲ୍ ଦେଇଥିବା ବେଳେ ଦୀପିକା, ସଲିମା ଟେଟେ ଓ ନବନୀତ କୌର ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।

ଆଜି ଉଦିତାଙ୍କ ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ବିଜୟ ସହ ଭାରତ ପୁଲ୍ -ବି’ରେ ଆମେରିକା ପରେ ଦ୍ବିତୀୟ ସ୍ଥାନରେ ରହିଥିଲା। ଭାରତ ୩ଟି ପୁଲ୍ ମ୍ୟାଚ୍ ରୁ ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ହାରିଛି। ୨୦୨୪ ଅଲିମ୍ପିକ୍ସ ଖେଳିବାଠାରୁ ଭାରତ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଯଦି ଭାରତୀୟ ଦଳ ଫାଇନାଲରେ ପହଞ୍ଚେ ତେବେ ସେମାନଙ୍କୁ ପ୍ୟାରିସ୍ ଟିକେଟ୍ ମିଳିବ।

Get real time updates directly on you device, subscribe now.