ଅଳ୍ପ ସମୟ ପାଇଁ ରୋହିତଙ୍କୁ ମିଳିଲା ଅଧିନାୟକ ଭାର: ଖୁବ ଶୀଘ୍ର ହାତରୁ ପଦବୀ ଛଡା ନେବେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ରୋହିତଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଏହି ପଦ ବେଶୀ ଦିନ ପାଇଁ ନୁହେଁ । ରୋହିତଙ୍କୁ ଅଧିନାୟକ ପଦ ଦିଆଯିବା ସହିତ ଏକ ଗୁରୁଦାୟିତ୍ୱ ମଧ୍ୟ ଦେଇଛି ବିସିସିଆଇ । ତାଙ୍କ ନେତୃତ୍ୱରେ ଦଳ ଜଣେ ଯୁବ ଏବଂ ଦକ୍ଷ ଅଧିନାୟକ ଖୋଜିବ । ଯିଏ କି ରୋହିତଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ । ତେବେ କିଏ ସେହି ଖେଳାଳି ସେ ନେଇ କୌଣସି ସ୍ପଷ୍ଟ ହୋଇ ପାରିନାହିଁ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଯୁବ ଷ୍ଟାର ଖେଳାଳି କେ.ଏଲ ରାହୁଲଙ୍କୁ ଦଳର ଉପଅଧିନାୟକ ଦାୟିତ୍ୱ ମିଳିତିଲା । ତେଣୁ ସେ ରୋହିତଙ୍କ ପରେ ଦଳର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ସିରଜରେ ଖରାପ ପ୍ରଦର୍ଶନ ଯୋଗୁଁ ଦଳ ଆଉ ତାଙ୍କ ଉପରେ ଭରଷା ରଖି ପାରିନାହିଁ । ତେଣୁ ନୂଆ ଅଧିନାୟକ ଖୋଜିବା ଏପଂ ତାଙ୍କୁ ପ୍ରସ୍ତୁତ କରିବା ପାଇଁ ବିସିସିଆଇ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦେଇଛି ।

Reports: KL Rahul, Rishabh Pant and Jasprit Bumrah in line for India's white-ball vice-captaincy

ଅଧିନାୟକ ରୂପରେ ଦଳ ପାଖରେ ରହିଛନ୍ତି ୩ ଜଣ ସୁନ୍ଦର ଏବଂ ଅଭିଜ୍ଞ ବିକଳ୍ପ ଖେଳାଳି । କେ.ଏଲ ରାହୁଲ, ଋଷଭ ପନ୍ତ ଏବଂ ଜଶପ୍ରିତ ବୁମରାହ ଅଧିନାୟକ ଦୌଡରେ ସାମିଲ ରହିଛନ୍ତି । ରୋହିତଙ୍କ ନେତୃତ୍ୱରେ ଏ ସମସ୍ତଙ୍କୁ ଗ୍ରୁମ କରାଯିବ । ତେବେ ସବୁଠୁ ସଫଳ ଖେଳାଳି ରୋହିତଙ୍କୁ ପରେ ଦଳକୁ ଅଧିନାୟକତ୍ୱ କରୁଥିବା ନଜର ଆସିବେ । ଏ ନେଇ ସ୍ପଷ୍ଟ କରିଛନ୍ତି ଭାରତ କ୍ରିକେଟ ଟିମର ଚୟନକର୍ତ୍ତା ଚେତନ ଶର୍ମା ।