fbpx

ରୋହିତ ଶର୍ମାଙ୍କ ନୂତନ ରେକର୍ଡ: ପାକିସ୍ତାନୀ କ୍ରିକେଟରଙ୍କୁ ପଛରେ ଛାଡିଲେ

Advertisement

ନୂଆଦିଲ୍ଳୀ: ନବନିଯୁକ୍ତ ଭାରତୀୟ ଟି-୨୦ ଅଧିନାୟକ ରୋହିତ ଶର୍ମା ନିଜର ଛକା ମାରିବା ଦକ୍ଷତାକୁ ନେଇ ପ୍ରସିଦ୍ଧି । ଅସାଧାରଣ ପୁଲ ଶଟ୍ ମାରିବାର ଦକ୍ଷତା ରଖୁଥିବା ରୋହିତ ବିଶ୍ୱର ଯେ କୌଣସି ଗ୍ରାଉଣ୍ଡକୁ ସହଜରେ ପାର କରି ପାରନ୍ତି । ନିଜର ଏହି ଦକ୍ଷତା ପାଇଁ ରୋହିତଙ୍କୁ ହିଟମ୍ୟାନ ମଧ୍ୟ କୁହାଯାଏ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ଶାହିଦ ଆଫ୍ରିଦିଙ୍କୁ ଅତିକ୍ରମ କରିଛନ୍ତି ରୋହିତ ଶର୍ମା । ରାଞ୍ଚିରେ ଖେଳାଯାଉଥିବା ଟି-୨୦ ସିରିଜରେ ଭାରତ ବିଜୟୀ ହୋଇଥିବା ବେଳେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି ହିଟମ୍ୟାନ ।

ଦ୍ୱିତୀୟ ଟି-୨୦ରେ ୫ ଛକା ମାରିଥିବା ରୋହିତ ୪୫୦ ଛକା କ୍ଲବରେ ସାମିଲ ହୋଇଛନ୍ତି । ଏହା ସହିତ ଦ୍ରୁତତମ ଖେଳାଳି ଭାବରେ ୪୫୦ ତମ ଛକା ମାରି ଶାହିଦ ଆଫ୍ରିଦିଙ୍କୁ ପଛରେ ପକାଇ ଦେଇଛନ୍ତି । ବୁମ୍ ବୁମ୍ ଆଫ୍ରିଦି ୪୮୭ ମ୍ୟାଚରେ ୪୫୦ ତମ ଛକା ମାରିଥିବା ବେଳେ ୟୁନିଭର୍ସ ବସ୍ କ୍ରିସ ଗେଲ ୪୯୯ ତମ ଇନିଂସରେ ଏହି କୃତିତ୍ୱ ହାସଲ କରିଥିଲେ । ଅନ୍ୟ ପକ୍ଷରେ ରୋହିତ ମାତ୍ର ୪୦୪ ତମ ଇନିଂସରେ ଏହି ସଫଳତା ହାସଲ କରି ସମସ୍ତଙ୍କୁ ପଛରେ ପକାଇଛନ୍ତି । ଦିନିକିଆରେ ରୋହିତ ୨୪୪ଟି ଛକା ମାରିଥିବା ବେଳେ ୭୪ ଟେଷ୍ଟ ଇନିଂସରେ ୬୬ଟି ଛକା ଏବଂ ୧୧୦ ଟି-୨୦ ଇନିଂସରେ ୧୪୬ଟି ଛକା ମାରିଛନ୍ତି ।

Get real time updates directly on you device, subscribe now.