fbpx

‘ସିଙ୍ଘମ ଏଗେନ୍‌’ ରୁ ଦୀପିକାଙ୍କ ଫାଷ୍ଟ ଲୁକ୍ ହେଲା ଭାଇରାଲ୍‌, କ’ଣ କମେଣ୍ଟ କଲେ ରଣବୀର ସିଂହ ଦେଖନ୍ତୁ

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିଙ୍ଘମ ଏଗେନ୍‌’ କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଭରି ରହିଛି । ଅଜୟ ଦେବଗନ୍ ଷ୍ଟାରର ଏହି ଫିଲ୍ମରେ ଅକ୍ଷୟ କୁମାର ଓ ରଣବୀର ସିଂହ ମଧ୍ୟ ନଜର ଆସିବେ । କିଛି ଦିନ ତଳେ ରୋହିତ ସେଟ୍ଟୀ ଘୋଷଣା କରିଥିଲେ କି ଏହି ଫିଲ୍ମରେ ଦୀପିକା ପାଦୁକୋନ୍ ଲେଡି ସିଙ୍ଘମ ଭୂମିକାରେ ନଜର ଆସିବେ ।

ଏହି କ୍ରମରେ ଏବେ ସିଙ୍ଗମ ଏଗେନରୁ ଦୀପିକା ପାଦୁକୋନଙ୍କ ଫାଷ୍ଟ ଲୁକ୍ ସାମନାକୁ ଆସିଛି । ଏଥିରେ ଅଭିନେତ୍ରୀଙ୍କୁ ବେଶ୍ କଡା ଅନ୍ଦାଜରେ ଦେଖିବାକୁ ମିଳୁଛି । ରୋହିତ ସେଟ୍ଟୀ ଦୀପିକାଙ୍କ ଏହି ଫାଷ୍ଟ ଲୁକ୍ ପୋଷ୍ଟ କରିଛନ୍ତି ଯାହା ଉପରେ ରଣବୀର କମେଣ୍ଟ କରିଛନ୍ତି ।

ରୋହିତ ସେଟ୍ଟୀ ଦୀପିକାଙ୍କ ଫାଷ୍ଟ ଲୁକ୍ ସେୟାର କରି ଲେଖିଛନ୍ତି, “ନାରୀ ସୀତାଙ୍କ ରୂପ ଅଟେ ମା’ ଦୁର୍ଗାଙ୍କ ରୂପ ବି ଅଟେ..ଆମ କପ୍ ୟୁନିଭର୍ସର ସବୁଠାରୁ ବ୍ରୁଟାଲ ଓ ଭାଓଲେଣ୍ଟ ଅଫିସରଙ୍କୁ ଭେଟନ୍ତୁ.. । ଆମ ଲେଡି ସିଙ୍ଘମ ଦୀପିକା ପାଦୁକୋନ୍ ।’ ଏହି ପୋଷ୍ଟ ଉପରେ ରଣବୀର ସିଂହ କମେଣ୍ଟ କରି ଲେଖିଛନ୍ତି, ‘ରେ ଦେବା..ଆଲି ରେ ଆଲି ।’
ଏଠାରେ ସୂଚାଇ ଦିଆଯାଇପାରେ କି ଫିଲ୍ମ ସିଙ୍ଘମ ଏଗେନ୍ ୨୦୨୪ରେ ରିଲିଜ୍ ହେବ । ମିଳିଥିବା ସୂଚନା ଅନୁଯାୟୀ ଏହି ଫିଲ୍ମରେ ଦୀପିକା ଓ ଅଜୟ ଦେବଗନଙ୍କ ବ୍ୟତିତ କରୀନା କପୁର, ରଣବୀର ସିଂହ, ଅକ୍ଷୟ କୁମାର, ଟାଇଗର ଶ୍ରଫ, ଅର୍ଜୁନ କପୁର ମଧ୍ୟ ନଜର ଆସିବେ ।

Get real time updates directly on you device, subscribe now.