fbpx

‘ସିଂଘମ୍-୩’ ପାଇଁ ଅଣ୍ଟା ଭିଡିଲେଣି ରୋହିତ୍ ସେଟ୍ଟୀ, ଧାରା ୩୭୦ ଉପରେ ଆଧାରିତ ହେବ ଫିଲ୍ମ!

ମୁମ୍ବାଇ: ଲୋକପ୍ରିୟ ଫିଲ୍ମ ନିର୍ମାତା ରୋହିତ୍ ସେଟ୍ଟୀଙ୍କ ଫିଲ୍ମ “ସୂର୍ଯ୍ୟବଂଶୀ”ର ସଫଳତା ପରେ ଏବେ ‘ସିଂଘମ୍-୩’ ତିଆରି କରିବା ପାଇଁ ପ୍ଲାନିଂ କରୁଛନ୍ତି । ଏବେ ‘ସିଂଘମ୍-୩’କୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି । “ସିଙ୍ଘମ ରିଟର୍ଣ୍ଣସ୍ ” ର ସକ୍ସେସ୍ ପରେ ରୋହିତ୍ ପୁଣି ଏକ ବ୍ଲକବଷ୍ଟର୍ ଫିଲ୍ମ ତିଆରି କରିବା ପାଇଁ ଯୋଜନା କରୁଥିବା ଖବର ଏବେ ସାମନାକୁ ଆସିଛି । ତେବେ “ସିଙ୍ଘମ-୩” ଫିଲ୍ମର ଶୁଟିଂ କାଶ୍ମୀରର କିଛି ରିୟଲ୍ ଲୋକେସନ୍ ରେ କରାଯିବ । ଫିଲ୍ମରେ ଅଜୟ ଦେବଗନ୍ ଶାନ୍ତି ପାଇଁ ଆଣ୍ଟି-ନ୍ୟାସନାଲ୍ ଏଲିମେଣ୍ଟଙ୍କ ସହ ଲଢ଼ୁଥିବା ନଜର ଆସିବେ ।

ରୋହିତ୍ ସେଟ୍ଟୀଙ୍କ ଫିଲ୍ମ “ସୂର୍ଯ୍ୟବଂଶୀ”ର ସଫଳତା ପରେ ସିଙ୍ଘମ-୩ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହାକୁ ମଧ୍ୟ ପୋଲିସ୍ କପ୍ ସିରିଜ୍ ର ଏକ ଅଂଶ ବୋଲି କୁହାଯାଉଛି । ଫିଲ୍ମର ଡ୍ରାଫ୍ଟ ଉପରେ ଏବେ କାମ ଜାରି ରହିଥିବା ବେଳେ ଆସନ୍ତା ବର୍ଷ ସେପ୍ଟେମ୍ବରରେ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ ହେବ । ଏହା ସତ କାହାଣୀ ଉପରେ ଆଧାରିତ ହୋଇଥିବା ଶୁଣିବାକୁ ମିଳୁଛି । ଫିଲ୍ମର କନସେପ୍ଟକୁ ନେଇ ଦର୍ଶକ ଖୁବ୍ ଉତ୍ସାହିତ ରହିଛନ୍ତି । ହେଲେ ଫିଲ୍ମ ନିର୍ମାତାଙ୍କ ଠାରୁ ଏନେଇ କୌଣସି ଅଫିସିଆଲ୍ ସୂଚନା ଦିଆଯାଇନାହିଁ ।

ମିଡିଆ ରିପୋର୍ଟଙ୍କ କହିବାକୁ କଥା ଯେ, ଫିଲ୍ମ ବଡ଼ ପରଦାରେ ସ୍ୱାଧୀନତା ଦିବସ ୨୦୨୩ ରେ ରିଲିଜ୍ ହେବ । ଖୁବ୍ ଶୀଘ୍ର ଏହାର ଶୁଟିଂ ପାଇଁ କାଶ୍ମୀର, ଦିଲ୍ଲୀ ଓ ଗୋଆରେ ଆରମ୍ଭ କରିବେ ରୋହିତ୍ ସେଟ୍ଟୀ । ସିଙ୍ଘମ-୩ର କନସେପ୍ଟ ଆର୍ଟିକଲ୍ ୩୭୦ ଉପରେ ଆଧାରିତ ହେବ ।

Get real time updates directly on you device, subscribe now.