AB De Viliers IPL Team; ରୋହିତ ଶର୍ମା-ବିରାଟ କୋହଲିଙ୍କ ଟିମରେ ଏଣ୍ଟ୍ରି, ଏମ ଏସ ଧୋନି ହେଲେ କ୍ୟାପଟେନ !

ଅଲ ଟାଇମ IPL 11 ଚୟନ କଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ୍ ଏବି ଡିଭିଲିୟର୍ସ ।

ନୂଆଦିଲ୍ଲୀ: ଅଲ ଟାଇମ IPL 11 ଚୟନ କଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ୍ ଏବି ଡିଭିଲିୟର୍ସ । ସେ ୧୪ ବର୍ଷ ଧରି ଆଇପିଏଲ୍ ଖେଳିଥିଲେ । ଏହି ସମୟ ମଧ୍ୟରେ ସେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପାଇଁ ବ୍ୟାଟିଂ ଏବଂ ୱିକେଟ୍ କିପିଂ କରିଥିଲେ। କିନ୍ତୁ ତାଙ୍କୁ ଥରେ ମଧ୍ୟ ଆଇପିଏଲ୍ ଟ୍ରଫି ଉଠାଇବାର ସୌଭାଗ୍ୟ ମିଳିନଥିଲା।

ଡିଭିଲିୟର୍ସ ୨୦୦୮ ମସିହାରେ ଦିଲ୍ଲୀ କ୍ୟାପିଟାଲ୍ସ (ଦିଲ୍ଲୀ ଡେୟାରଡେଭିଲ୍ସ) ସହିତ ତାଙ୍କର ଆଇପିଏଲ୍ କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ୨୦୧୧ ମସିହାରେ ସେ ଆରସିବିରେ ଯୋଗ ଦେଇଥିଲେ ଏବଂ ତା’ପରେ ୨୦୨୧ ମସିହାରେ ଅବସର ନେବା ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ସହିତ ଖେଳିଥିଲେ।

ଏବି ଡିଭିଲିୟର୍ସଙ୍କ ଅଲ ଟାଇମ ଆଇପିଏଲ୍ 11

ଆଇପିଏଲର ୧୮୪ ମ୍ୟାଚ୍ ରେ ୫୧୬୨ ରନ୍ କରିଥିବା ଡିଭିଲିୟର୍ସ ଆଇପିଏଲ୍ ଇଲେଭେନ ଦଳ ଚୟନ କରିଛନ୍ତି। ଯେଉଁଥିରେ ସେ ରୋହିତ ଶର୍ମା ଏବଂ ମୈଥ୍ୟୁ ହେଡେନଙ୍କୁ ଓପନିଂ ବ୍ୟାଟସମ୍ୟାନ୍ ଭାବରେ ଚୟନ କରିଛନ୍ତି। ସେ ନିଜକୁ କିଙ୍ଗ କୋହଲି ଏବଂ ସୂର୍ଯ୍ୟକୁମାରଙ୍କ ସହିତ ମିଡିଲ ଅର୍ଡରେ ରଖିଛନ୍ତି। ଏମ୍ ଏସ୍ ଧୋନିଙ୍କୁ ୱିକେଟକିପର ପାଇଁ ଚୟନ କରାଯାଇଛି। ଏହା ବ୍ୟତୀତ ହାର୍ଦ୍ଦିକଙ୍କୁ ତାଙ୍କ ଦଳରେ ଅଲରାଉଣ୍ଡର ଭାବରେ ସ୍ଥାନ ଦିଆଯାଇଛି। ବୁମରାହ ଏବଂ ମାଲିଙ୍ଗାଙ୍କୁ ଦ୍ରୁତ ବୋଲିଂରେ ଚୟନ କରାଯାଇଛି । ସେପଟେ ଚହଲ ଏବଂ ଭିଟୋରିଙ୍କୁ ସ୍ପିନ୍ ବିଭାଗରେ ଚୟନ କରାଯାଇଛି।

ବିଶେଷ କଥା ହେଉଛି ଡିଭିଲିୟର୍ସ ଏମ୍ ଏସ୍ ଧୋନିଙ୍କୁ ତାଙ୍କ ଦଳର ଅଧିନାୟକ କରିଛନ୍ତି। ଯିଏ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପାଇଁ ପାଞ୍ଚଟି IPL ଟାଇଟଲ୍ ଜିତିଛନ୍ତି। CSK ବ୍ୟତୀତ, ଧୋନି ଗୋଟିଏ IPL ସିଜିନରେ ରାଇଜିଂ ପୁଣେ ସୁପରଜଏଣ୍ଟସର ଅଧିନାୟକତ୍ୱ ମଧ୍ୟ କରିଛନ୍ତି।

ରୋହିତ ଶର୍ମା IPLରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ଏବଂ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପାଞ୍ଚ ଥର ଟାଇଟଲ୍ ଜିତିଛନ୍ତି। କୋହଲିଙ୍କୁ ନମ୍ବର 3 ରେ ବ୍ୟାଟିଂ କରିବାକୁ ଚୟନ କରିଛନ୍ତି ଡିଭିଲିୟର୍ସ । ଯିଏ 8661 ରନ୍ ସହିତ IPLରେ ସର୍ବାଧିକ ରନ୍ ସ୍କୋରର।

ଏବି ଡିଭିଲିୟର୍ସଙ୍କ ଆଇପିଏଲ 11: ଏମ୍ଏସ୍ ଧୋନି (ଅଧିନାୟକ, ୱିକେଟକିପର), ରୋହିତ ଶର୍ମା, ମାଥ୍ୟୁ ହେଡେନ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଏବି ଡିଭିଲିୟର୍ସ, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମରାହ, ୟୁଜଭେନ୍ଦ୍ର ଚହଲ, ଲାସିଥ ମାଲିଙ୍ଗା, ଡାନିଏଲ ଭିଟୋରି

ଡିଭିଲିୟର୍ସ ଡବ୍ଲୁସିଏଲ ଟାଇଟଲ ଜିତିଲେ

ଏବେ ଶେଷ ହୋଇଥିବା ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ 2025 ରେ, ଏବି ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସର ନେତୃତ୍ୱ ନେଇଥିଲେ ଏବଂ ପ୍ରଥମ ଥର ପାଇଁ ଦଳକୁ ଚାମ୍ପିଅନ ମଧ୍ୟ କରିଥିଲେ। ଡିଭିଲିୟର୍ସ ଟୁର୍ଣ୍ଣାମେଣ୍ଟରେ ତିନୋଟି ଶତକ ହାସଲ କରିଥିଲେ ।