fbpx
BJD SKY
BJD SKY

ଟି-୨୦ ବିଶ୍ୱକପ ଖେଳିବେ ରୋହିତ-ବିରାଟ: ଶେଷ ସିରିଜରେ ଇସାରା ଦେଲା BCCI

BJD

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିସାରିଛି ଭାରତୀୟ କ୍ରିକେଟ ବୋର୍ଡ । ଦୀର୍ଘ ବର୍ଷେ ପରେ ଟିମ ଇଣ୍ଡିଆର ଟି-୨୦ ଦଳକୁ କମବ୍ୟାକ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ କିଙ୍ଗ କୋହଲି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବ ଆହତ ହୋଇ ଦଳରୁ ବାଦ୍ ପଡ଼ିଥିବା ବେଳେ ଏହି ସିରିଜ ପାଇଁ ରୋହିତଙ୍କ ହାତରେ ନେତୃତ୍ୱ ଦେଇଛି ବିସିସିଆଇ । ତେବେ ଏହାସହିତ ଅନେକ ଆଲୋଚନା ଉପରେ ପଡ଼ଛି ପୂର୍ଣ୍ଣଚ୍ଛେଦ । ରୋହିତ ଏବଂ ବିରାଟ ଆସନ୍ତା ଟି-୨୦ ବିଶ୍ୱକପରେ ଖେଳିବେ ବୋଲି ବିସିସିଆଇ ଏହି ସିରିଜରେ ଇସାରା କରିଛି ।

୨୦୨୨ ଟି-୨୦ ବିଶ୍ୱକପ ପରଠାରୁ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଲଗାତାର ଏହି ଫର୍ମାଟରୁ ଦୂରେଇ ରହିଥିଲେ । ତେଣୁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ନେତୃତ୍ୱ ମିଳିଥିଲା । ତେବେ ଦୀର୍ଘ ଦିନ ଟି-୨୦ରୁ ଦୂରେଇ ରହିଥିବାରୁ ଆସନ୍ତା ଟି-୨୦ ବିଶ୍ୱକପରେ ରୋହିତ-ବିରାଟଙ୍କ ଖେଳିବା ନେଇ ମଧ୍ୟ ଖୁବ ଆଲୋଚନା ହୋଇଥିଲା । ତେବେ ବିଶ୍ୱକପ ପୂର୍ବରୁ ଭାରତର ଶେଷ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ବିସିସିଆଇ ଏହି ଅଲୋଚନାରେ ବିରାମ ଲଗାଇଛି । ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଉଭୟଙ୍କ କମବ୍ୟାକ ଫ୍ୟାନ୍ସମାନଙ୍କୁ ନୂଆବର୍ଷ ଉପହାର ଦେଇଛି । ଏହି ସିରିଜ ସହ ଆସନ୍ତା ଟି-୨୦ ବିଶ୍ୱକପରେ ରୋହିତ ଏବଂ ବିରାଟଙ୍କୁ ସୁଯୋଗ ମିଳିବା ନେଇ ସବୁଜ ସଂକେତ ଦେଇଛି ବିସିସିଆଇ ।

୨୦୨୨ ଟି-୨୦ ବିଶ୍ୱକପ ସିରିଜ ପରେ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ତେବେ ଟି-୨୦ ଫର୍ମାଟରେ ଉଭୟ ଖେଳାଳିଙ୍କ ପ୍ରଦର୍ଶନ ଖୁବ ଦମଦାର ରହିଛି । ତେବେ ଦିନିକିଆ ବିଶ୍ୱକପ ଉପରେ ଗୁରୁତ୍ୱ ଦେଇ ଉଭୟ ଖେଳାଳି ଟି-୨୦ରୁ ଦୂରେଇ ରହିଥିଲେ । ବର୍ତ୍ତମାନ ସେ ଟି-୨୦ ବିଶ୍ୱକପରେ ଖେଳିବାକୁ ଚାହୁଁଛନ୍ତି ବୋଲି ଏକ ରିପୋର୍ଟରୁ ଜାଣିବାକୁ ମିଳିଛି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ୧୪୮ ଟି-୨୦ ମ୍ୟାଚରୁ ୪ଟି ଶତକ ଓ ୨୯ଟି ଅର୍ଦ୍ଧଶତକ ସହ ୩୮୫୩ ରନ୍ କରିଥିବା ବେଳେ ବିରାଟ କୋହଲି ୧୧୫ ମ୍ୟାଚରୁ ଗୋଟିଏ ଶତକ ଏବଂ ୩୭ ଅର୍ଦ୍ଧଶତକ ସହ ୪୦୦୮ ରନ୍ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.