fbpx

T20 WC ପୂର୍ବରୁ ଚିନ୍ତାରେ ରୋହିତ! ବିଶ୍ୱକପର ଏହି ନିୟମକୁ ନେଇ ବଢୁଛି ଟେନସନ

ଓଡ଼ିଶା ଭାସ୍କର: ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ-୨୦୨୪ । ଏହି ମେଗା ଇଭେଣ୍ଟରେ ଆୟରଲାଣ୍ଡ ବିପକ୍ଷ ମ୍ୟାଚରୁ ନିଜ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚ ଏବଂ ବିଶ୍ୱକପ ପୂର୍ବରୁ ଚିନ୍ତାରେ ପଡ଼ିଯାଇଛି ଟିମ ଇଣ୍ଡିଆ । ବିଶ୍ୱକପର ଏକ ନିୟମ ପାଇଁ ଚିନ୍ତିତ ହୋଇ ପଡ଼ିଛନ୍ତି ଅଧିନାୟକ ରୋହିତ । ଏହି ନିୟମ ବିଶ୍ୱକପରେ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।

ଆସନ୍ତା ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ପାଇଁ କୌଣସି ରିଜର୍ଭ ଡେ’ ରଖିନାହିଁ ଆଇସିସି । ପ୍ରଥମ ସେମି ଫାଇନାଲରେ ରିଜର୍ଭ ଡେ’ ରହିଥିବା ବେଳେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ’ ବ୍ୟବସ୍ଥା ନାହିଁ । ତେବେ ଦ୍ୱିତୀୟ ସେମି ଫାଇନାଲରେ ଟିମ ଇଣ୍ଡିଆର ଖେଳିବାର ସମ୍ଭାବନା ଖୁବ ଅଧିକ ରହିଛି । ତେବେ ଏଭଳି ପରିସ୍ଥିତିରେ ରିଜର୍ଭ ଡେ’ ନ ରହିବା ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ମ୍ୟାଚ ପାଇଁ ଆଇସିସି ରିଜର୍ଭ ଡେ’ ପରିବର୍ତ୍ତେ ୪ ଘଣ୍ଟା ୧୦ ମିନିଟର ଅତିରିକ୍ତ ସମୟ ଦେଇଛି । କିନ୍ତୁ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ସେହି ଦିନ ହିଁ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛି ଆଇସିସି ।

ତେବେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଜୁନ୍ ୨୭ ତାରିଖରେ ଖେଳାଯିବ । ଏହାପରେ ମାତ୍ର ଗୋଟିଏ ଦିନ ପରେ ଜୁନ୍ ୨୯ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ତେଣୁ ଏହି ମ୍ୟାଚ ପାଇଁ ରିଜର୍ଭ ଡେ’ ରଖିବା ସମ୍ଭବ ହୋଇ ପାରିନାହିଁ । ମ୍ୟାଚ୍ ପାଇଁ ଅତିରିକ୍ତ ୨୫୦ ମିନିଟ୍ (୪ ଘଣ୍ଟା, ୧୦ ମିନିଟ୍) ଦିଆଯାଇଛି । ଫଳରେ ଦଳକୁ ଲଗାତାର ଦୁଇ ଦିନରେ ଖେଳିବା, ଭ୍ରମଣ କରିବା ଏବଂ ପରେ ଖେଳିବାକୁ ପଡିବ ନାହିଁ । ଏହି କାରଣରୁ ଆଇସିସି ଦ୍ୱିତୀୟ ସେମିଫାଇନାଲ ପାଇଁ ରିଜର୍ଭ ଦିନ ରଖିନାହିଁ। ତେବେ ବିଶ୍ୱକପର ଏହି ଦ୍ୱିତୀୟ ସେମିଫାଇନାଲ ଗୁଇନାରେ ଖେଳାଯିବ ।

ପ୍ରଥମ ସେମିଫାଇନାଲ ତ୍ରିନିଦାଦରେ ଅନୁଷ୍ଠିତ ହେବାକୁ ଥିବାବେଳେ ବାରବାଡୋସରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଯଦି ବର୍ଷା ହେତୁ ମ୍ୟାଚ୍ ବାତିଲ ହୁଏ, ତେବେ ପଏଣ୍ଟ ଟେବୁଲ (ସୁପର -୮) କୁ ପହଞ୍ଚିଥିବା ଦଳ ଏହାର ସୁବିଧା ପାଇବ । ସେ ଫାଇନାଲରେ ପ୍ରବେଶ କରିବେ । ତେବେ ଏହା ଖେଳିବାର କୌଣସି ସମ୍ଭାବନା ନଥିବା ବେଳେ ହିଁ ମ୍ୟାଚ୍ ବାତିଲ ହେବ । କେବଳ ଅମ୍ପାୟର ଏହା ଉପରେ ନିଷ୍ପତ୍ତି ନେଇପାରିବେ।

Get real time updates directly on you device, subscribe now.