fbpx

ରୋହିତଙ୍କ ୩ ବୁମେରାଂ ସାଜିଲା ବ୍ରହ୍ମାସ୍ତ୍ର, ଟିମ ଇଣ୍ଡିଆ ହେଲା ଚାମ୍ପିୟନ

Advertisement

ଓଡ଼ିଶା ଭାସ୍କର: ବିଶ୍ୱକପର ଫାଇନାଲ ଫାଇଟ କୌଣସି ବଲିଉଡ ସିନେମାଠୁ କମ୍ ନ ଥିଲା । ଯେଉଁଥିରେ ଆକ୍ସନ, ଥ୍ରିଲର ଓ ଇମୋସନ ଭରପୂର ମାତ୍ରାରେ ରହିଥିଲା । ମ୍ୟାଚରେ ଗୋଟିଏ ସମୟ ଲାଗୁଥିଲା ଭାରତର ବିଶ୍ୱ ବିଜେତା ସ୍ୱପ୍ନ ପୁଣି ଧୂଳିସାତ ହୋଇଯିବ । ଫ୍ୟାନ୍ସଙ୍କ ଲୋମ ଟାଙ୍କୁରୀ ଉଠୁଥିଲା, ଆଖିର ଲୁହ ବାହାରିବି ବାହାରିବି ବୋଲି କହୁଥିଲା । ମାତ୍ର ପଡିଆରେ କ୍ୟାପଟେନ ରୋହିତ ଶର୍ମାଙ୍କ ଦମଦାର ଫଇସଲା ନାମକ ବୁମେରାଂ ଭାରତ ପାଇଁ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇଥିଲା । ଯାହାର ପ୍ରଭାବରେ ଘାଇଲା ହୋଇଥିଲା ସାଉଥ ଆଫ୍ରିକା । ଫଳରେ ମ୍ୟାଚର ବାଜି ପଲଟି ଯାଇଥିଲା ଓ ଟିମ୍ ଇଣ୍ଡିଆ ଦୀର୍ଘ ୧୧ ବର୍ଷ ପରେ ଆଇସିସି ଟ୍ରଫି କବ୍ଚା କରିଥିଲା ।

୧.ଅକ୍ଷର ପଟେଲଙ୍କୁ ଉପରିକ୍ରମରେ ବ୍ୟାଟିଂ ଦେବା: ଫାଇନାଲ ମୁକାବିଲାର ପ୍ରାରମ୍ଭିକ ୮ ବଲରେ ଭାରତ ୫ ଟି ଚୌକା ସହାୟତାରେ ୨୩ ରନ କରି ସାରିଥିଲା । ଲାଗୁଥିଲା ରୋହିତବାହିନୀ ବିଶାଳ ସ୍କୋର କରିବ । ମାତ୍ର ପରବର୍ତ୍ତୀ ୨ ଟି ବଲରେ କେଶବ ମହାଜାର ଅଧିନାୟକ ରୋହିତ ଶର୍ମା ଓ ୱିକେଟ ରକ୍ଷକ ଋଷଭ ପନ୍ତକୁ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ । ପରେ ସୂର୍ଯ୍ୟକୁମାର ଆଉଟ ହେବା ସମୟରେ ଲାଗିଲା ଭାରତ ୧୫୦ ରନ ବି କରି ପାରିବ ନାହିଁ । ୩୪ ରନରେ ୩ ୱିକେଟ ଯିବା ପରେ ଅଧିନାୟକ ଏକ ବଡ ଫଇସଲା ନେଲେ ଓ ଅକ୍ଷର ପଟେଲଙ୍କୁ ପଠାଇଥିଲୋ । ଯାହା ଭାରତ ପାଇଁ କାଳଜୟୀ ସାବ୍ୟସ୍ତ ହେଲା । ସେ ୩୧ ବଲରେ ୪୭ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।

 

୨.ବୁମ୍ ବୁମ୍ ବୁମରା ପକାଇଥିଲେ ୧୮ ତମ ଓଭର: ଦକ୍ଷିଣ ଆଫ୍ରିକାକୁ ଅନ୍ତିମ ୧୮ ବଲରେ ମାତ୍ର ୨୨ ରନର ଆବଶ୍ୟକ ଥିଲା । କ୍ରିଜରେ ଡେଭିଡ ମିଲର ଓ ମାର୍କୋ ୟାନସନ ବ୍ୟାଟିଂ କରୁଥିଲେ । ସମସ୍ତଙ୍କ ଆଶା ସରିବାରେ ଲାଗିଥିଲା । ଭାରତ ହାରିବ ହାରିବ ବାସୁଥିଲା । ମାତ୍ର ଏହି ସମୟରେ ଅଧିନାୟକ ଯଶପ୍ରୀତ ବୁମରାଙ୍କୁ ବଲ ଧରାଇ ଥିଲେ । ଅନ୍ୟ କୌଣସି ଅଦିନାୟକ ହୋଇଥିଲେ ତାଙ୍କୁ ୧୯ କିମ୍ବା ୨୦ ଓଭରରେ ବୋଲିଂ ଦେଇ ଥାଆନ୍ତା । ମାତ୍ର ରୋହିତ ସେପରି ନ କରି ରିସ୍କ ନେଇ ସଫଳ ହେଲେ । ଏହି ୧୮ ତମ ଓଭରରେ ମାତ୍ର ୨ ରନ ଦେଇ ବୁମରା ନେଇଥିଲେ ୧ ୱିକେଟ । ଫଳରେ ଶେଷ ୧୨ ବଲରେ ୨୦ ରନ ଆବଶ୍ୟକ ଥିଲା ସାଉଥ ଆଫ୍ରିକାକୁ । ଏହା ପଛର କାରଣ ଥିଲା ବୁମ୍ ବୁମ୍ ବୁମରାଙ୍କ ଘାତକ ବୋଲିଂ ।

୩. ରବିନ୍ଦ୍ର ଜାଡେଜାଙ୍କୁ କେବଳ ୧ ଓଭର ବୋଲିଂ ଦେଇ ଥିଲେ: ଭାରତୀୟ ଅଧିନାୟକ ହିଟମ୍ୟାନ ରୋହିତ ଶର୍ମା ଏହି ମ୍ୟାଚରେ କେତେକ ଆଶ୍ଚର୍ଯ୍ୟଚକିତ କଲା ଭଳି ନିଷ୍ପତ୍ତି ନେଇଥିଲେ । ରୋହିତ ମ୍ୟାଚରେ ଅନୁମାନ କରି ନେଇଥିଲେ ଯେ, ଦକ୍ଷିଣ ଆଫ୍ରିକା ଦଳ ସ୍ପିନରଙ୍କୁ ସହଜରେ ବଡ ବଡ ସଟ ଖେଳୁଛନ୍ତି । ସେଥିପାଇଁ ରବିନ୍ଦ୍ର ଜାଡେଜାଙ୍କୁ ସେ ଗୋଟିଏ ଓଭର ମାତ୍ର ବୋଲିଂ ଦେଇଥିଲେ । ସେହି ଗୋଟିଏ ଓଭରରେ ସେ ୧୨ ରନ ବ୍ୟୟ କରିଥିଲେ । ଫଳରେ ଜାଡେଜାଙ୍କୁ ଆଉ ବୋଲିଂ ଦେଇ ନ ଥିଲେ ହିଟମ୍ୟାନ ରୋହିତ । ଯେଉଁ ନିଷ୍ପତ୍ତି ଭାରତ ପାଇଁ ହିଟ ସାବ୍ୟସ୍ତ ହୋଇଥିଲା । ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଯାଇଥିଲେ ଓ ହାର୍ଦ୍ଦିକ ୩ ଓଭରରେ ୨୦ ରନ ଦେଇ ୩ ଟି ମହତ୍ତ୍ୱପୂର୍ଣ୍ଣ ୱିକେଟ ହାସଲ କରିଥିଲେ ।

 

Get real time updates directly on you device, subscribe now.