(Video) ବାକ୍ସ ଭିତରେ Romance… ପ୍ରେମିକାକୁ ଦେଖା କରିବାକୁ ଆସି ଫସିଗଲେ ଯୁବକ: ଆଉ ତା’ପରେ…

ଓଡ଼ିଶା ଭାସ୍କର: ବାକ୍ସ ଭିତରୁ ବାହାରିଲେ ବୟ ଫ୍ରେଣ୍ଡ୍ । ନିଜ ଗର୍ଲଫ୍ରେଣ୍ଡକୁ ଭେଟିବା ପାଇଁ ଲୁଚି ଲୁଚି ଆସିଥିଲେ ବୟ ଫ୍ରେଣ୍ଡ୍ । ହେଲେ ପରିବାର ଲୋକଙ୍କ ଭୟରେ ଗର୍ଲଫ୍ରେଣ୍ଡ ବାକ୍ସ ଭିତରେ ବୟ ଫ୍ରେଣ୍ଡ୍ କୁ ତାଲା ପକାଇ ରଖିଦେଲା । କିନ୍ତୁ ଶେଷରେ ପରିବାର ଲୋକଙ୍କ ହାତରୁ ବଞ୍ଚି ପାରିଲା ନାହିଁ । ଘରର ଜଣେ ସଦସ୍ୟ ଏହା ଜାଣିପାରି ବାକ୍ସ ଖୋଲିବା ପାଇଁ କହିବା ପରେ ସେଥିରୁ ବାହାରିଥିଲେ ଲୁଚିଥିବା ବୟ ଫ୍ରେଣ୍ଡ୍ । ସେତିକି ବେଳେ ଜଣେ ଏହାର ଭିଡିଓ ଉତ୍ତୋଳନ କରିଛନ୍ତି । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଖୁବ ଭାଇରାଲ ହେଉଛି । ପ୍ରେମିକାକୁ ଦେଖା କରିବାକୁ ଆସି ଜଣେ ଯୁବକ ଫସି ଯାଇଛନ୍ତି ପରିବାର ଲୋକଙ୍କ ଭୟରେ ପ୍ରେମିକା ତାଙ୍କୁ ଏମିତି ଏକ ଜାଗାରେ ଲୁଚାଇଛନ୍ତି, ଯାହାକୁ ଦେଖିଲେ କେହି ବିଶ୍ୱାସ ବି କରିପାରିବେ ନାହିଁ । ଏକ ଲୁହାର ବାକ୍ସ ଭିତରେ ପ୍ରେମିକା ନିଜ ବୟଫ୍ରେଣ୍ଡଙ୍କୁ ଲୁଚାଇ ଦେଇଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ, ଯୁବକ ଜଣକ ନିଜ ପ୍ରେମିକାଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ଅଚାନକ ଘରକୁ ତାଙ୍କ ପରିବାର ଲୋକେ ପଶି ଆସିଥିଲେ । ଏଭଳି ମୁହୂର୍ତ୍ତରେ ଧରା ପଡ଼ିଯିବା ଭୟରେ ଫିଲ୍ମ ଷ୍ଟାଇଲରେ ପ୍ରେମିକଙ୍କୁ ଲୁଚାଇବା ପାଇଁ ପ୍ଲାନ କରିଥିଲେ ଯୁବତୀ । ପ୍ରେମିକଙ୍କୁ ଏକ ଲୁହାର ବାକ୍ସ ଭିତରେ ପୁରାଇ ଏହାକୁ ବନ୍ଦ କରି ଦେଇଥିଲେ ପ୍ରେମିକା । ଦେଖନ୍ତୁ ଭିଡିଓ…..

ଏହାପରେ ପରିବାର ଲୋକେ ଘରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । କିନ୍ତୁ କିଛି ସମୟ ଖୋଜିବା ପରେ ବାକ୍ସ ଭିତରୁ ଯୁବକଙ୍କୁ ପାଇଥିଲେ ଯୁବତୀଙ୍କ ପରିବାର ଲୋକେ । ଭିଡିଓରେ ଜଣେ ଯୁବତୀ ଠିଆ ହୋଇଥିବା ବେଳେ ଜଣେ ଯୁବକ କୋଠରୀ ଭିତରେ ଖୁବ ଚିନ୍ତିତ ଅବସ୍ଥାରେ ଥିବା ଦେଖାଯାଇଛି । ପରିବାର ଲୋକ ଏହି ବାକ୍ସକୁ ଖୋଲିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ଏହାର ଭିଡିଓ ରେକର୍ଡ ନ କରିବାକୁ ଯୁବତୀ ଜଣକ ଗୁହାରି କରିଥିଲେ। କିନ୍ତୁ ତାଙ୍କ କଥା ନ ଶୁଣି ପରିବାର ଲୋକେ ସୁଟିଂ ଜାରି ରଖିଛନ୍ତି ଏବଂ ବାକ୍ସକୁ ଖୋଲିବାକୁ ତାଙ୍କୁ ବାଧ୍ୟ କରୁଛନ୍ତି। ତେବେ ଶେଷରେ ଯୁବତୀ ଜଣକ ବାକ୍ସ ଖୋଲିବା ପରେ ଏହା ଭିତରୁ ପ୍ରେମିକ ବାହାରିଥିଲେ । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.