LOVEBIRDSଙ୍କୁ କ’ଣ କୁହେ ଗୋଲାପ? ରୋମାନ୍ସର ଅନ୍ୟନାମ ରୋଜ୍…

କାହିଁକି ଗୋଲାପକୁ ବାଛନ୍ତି ପ୍ରେମୀ ଯୁଗଳ । ଆଜି ଭାଲେଣ୍ଟାଇନ ଡେ’ର ପ୍ରଥମ ଦିନ ।

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଯାଇଛି ପ୍ରେମ ସପ୍ତହ । ପ୍ରେମୀଯୁଗଳ ସମ୍ପର୍କକୁ ସ୍ମରଣୀୟ ଏବଂ ରୋମାଞ୍ଚ ଭରା କରିବା ପାଇଁ ଭାଲେଣ୍ଟାଇନ୍ସ ଡେ’ ଖୁବ୍ ଖାସ୍ ।
୭ଦିନ ଧରି ପାଳନ ହେଉଥିବା ପ୍ରେମ ସପ୍ତାହର ଆଜି ପ୍ରଥମ ଦିନ । ଯାହାକୁ ରୋଜ୍ ଡେ’ ବା ଗୋଲାପ ଦିବସ ଭାବେ ପାଳନ୍ତି ଲଭ୍ ବାର୍ଡ ।

ପ୍ରେମ ବଢ଼େ: ପରସ୍ପରକୁ ଗୋଲାପ ଦେଇ ସମ୍ପର୍କକୁ ଅଧିକ ମଜଭୁତ କରନ୍ତି ପ୍ରେମୀ ଯୁଗଳ । ଗୋଲାପ ସେମାନଙ୍କ ସମ୍ପର୍କର ମୂଳଦୁଆ ପାଲଟିଥାଏ । ବିଶ୍ୱରେ ଗୋଲାପକୁ ପ୍ରେମର ପ୍ରତିକ ଭାବେ ନିଆଯାଏ । ଅନେକେ କୁହନ୍ତି ଗୋଲାପର ଆଦାନ ପ୍ରଦାନରୁ ହିଁ ପ୍ରେମର ଉତ୍ପତି । ଆଉ ଏହାଦ୍ୱାରା ପ୍ରେମ ବଢ଼େ ।

ଗୋଲାପର ଇତିହାସ: ବଜାରରେ ବିଭିନ୍ନ ରଙ୍ଗର ଗୋଲାପ ମିଳୁଛି । ପ୍ରତି ଗୋଲାପର ମାନ୍ୟତା ଅଲଗା ରହିଥାଏ । ଯେମିତି ନାଲି ଗୋଲାପ ପ୍ରେମର ପ୍ରତିକ ସେମିତି ହଳଦିଆ ଗୋଲାପ ବନ୍ଧୁତାର ପ୍ରତିକ ।
ସେହିପରି ଧଳା ଗୋଲାପ, ନୂଆ ସମ୍ପର୍କ ଆରମ୍ଭକୁ ଦିଏ ନୂଆ ଦିଗ ଦେଉଥିବାବେଳେ କମଳା ରଙ୍ଗର ଗୋଲାପ ସମ୍ପର୍କକୁ ବଜଭୁତ କରେ ।

ରୋମାନ ପୌରାଣିକ କଥାବସ୍ତୁ ଅନୁସାରେ, ଗୋଲାପକୁ ପ୍ରେମ ସହିତ ତୁଳନା କରାଯାଇଛି । ଅନେକ ସଂସ୍କୃତି ଗୋଲାପକୁ ରୋମାନ୍ସ ଏବଂ ଆବେଗର ସିମ୍ବଲ ଭାବେ ନିଅନ୍ତି ।
କୁଇନ୍ ଭିକ୍ଟୋରିଆଙ୍କ ସମୟରେ, ଗୋଲାପ ଦେବାର ପ୍ରଥା ବଢ଼ିଥିଲା । ଯାହାପରଠାରୁ ଫେବୃଆରୀ ୭ ତାରିଖରୁ ରୋଜ୍ ଡେ’ ଭାବେ ପାଳନ କରାଯାଉଛି ।