fbpx

ବିକ୍ରି ହୋଇଯିବ Rourkela Steel Plant! ଏହି ୩ଟି ସରକାରୀ କମ୍ପାନୀ ବିକ୍ରି ପାଇଁ ଚଳିତ ସପ୍ତାହରେ କ୍ୟାବିନେଟ ବୈଠକରେ ହେବ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ଭାରତ ସରକାର ବିଭିନ୍ନ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ କମ୍ପାନୀଗୁଡ଼ିକୁ ବିକ୍ରି କରିବାର ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ସରକାର ଦୁଇଟି କ୍ଷେତ୍ରର କମ୍ପାନୀରୁ ବିନିବେଶ କରିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହେବାକୁ ଯାଉଛନ୍ତି । ଉକ୍ତ ଦୁଇ କ୍ଷେତ୍ର ମଧ୍ୟରେ ଫର୍ଟିଲାଇଜର ଓ ଷ୍ଟିଲ ସେକ୍ଟର ସାମିଲ ରହିଛି । ବିଶେଷଜ୍ଞଙ୍କ ମତରେ, ସରକାର ଏହି କମ୍ପାନୀଗୁଡ଼ିକରୁ ଅଂଶଧନ ପ୍ରତ୍ୟାହାର କରି ଅର୍ଥ ସଂଗ୍ରହ କରିବା ସହ ତାହାକୁ ଅନ୍ୟ ଯୋଜନାରେ ଖର୍ଚ୍ଚ କରିବେ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏନେଇ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ସରକାର ବିଜିନେସ୍ କରିବାକୁ ଚାହୁଁ ନାହାନ୍ତି । ତେଣୁ କ୍ଷତିରେ ଚାଲିଥିବା ସରକାରୀ କମ୍ପାନୀ ଓ କିଛି ବଡ଼ ପ୍ଲାଣ୍ଟକୁ ବିକ୍ରି କରିବାକୁ ପ୍ରସ୍ତୁତି ଚାଲିଥିବା ସେ କହିଥିଲେ ।

ଜଣାପଡ଼ିଛି ଯେ, ଫର୍ଟିଲାଇଜର କ୍ଷେତ୍ରର ଦୁଇ କମ୍ପାନୀ ଏନଏଫଏଲ ଓ ଆରସିଏଫରୁ ସରକାର ନିଜର ଅଂଶଧନ ବିକ୍ରି କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହାଛଡ଼ା ଷ୍ଟିଲ ସେକ୍ଟରରୁ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (ସେଲ)ର ଦୁଇଟି ପ୍ଲାଣ୍ଟକୁ ବିକ୍ରି କରିବେ । ଏନଏଫଏଲ, ଆରସିଏଫ ଓ ସେଲରୁ ବିନିବେଶକୁ ନେଇ ଚଳିତ ସପ୍ତାହରେ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଏନଏଫଏଲ ଓ ଆରସିଏଫରୁ ସ୍ୱଳ୍ପ ଅବଧି ପାଇଁ ଓଏଫଏସ (ଅଫର ଫର ସେଲ) ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.