fbpx

ସଫଳ ଅବତରଣ ପରେ ଚନ୍ଦ୍ରାଯାନ -3 ଲ୍ୟାଣ୍ଡରରୁ ବାହାରକୁ ବାହାରିଲା ରୋଭର ପ୍ରଜ୍ଞାନ

ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ସୂକ୍ଷ୍ମ ଅବତରଣ କରିବା ପରେ ଚନ୍ଦ୍ରଯାନ-୩ ର ବିକ୍ରମ ଲାଣ୍ଡର ‘ବିକ୍ରମ’ ଭିତରୁ ବାହାରକୁ ଆସିଛି ରୋଭର ‘ପ୍ରଜ୍ଞାନ’। ଭାରତର ଚନ୍ଦ୍ରଯାନ-୩ ଅଭିଯାନକୁ ସାରା ପୃଥିବୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ୪ ମିନିଟ୍‍ ରେ ଅବତରଣ କରିବାର ସଫଳ ହୋଇଛି ଇସ୍ରୋ। ରୋଭର ପ୍ରଜ୍ଞାନ ଏବେ ଚନ୍ଦ୍ରର ମାଟି ଏବଂ ପ୍ଲାଜମା ପରିବେଶ ଅଧ୍ୟୟନ ପାଇଁ ବିଭିନ୍ନ ପରୀକ୍ଷା ଆରମ୍ଭ କରିବ। ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ପରୀକ୍ଷଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଏହି ସଫଳତା ପାଇଥିଲା। ପୂର୍ବରୁ ଆମେରିକା, ରୁଷ ଓ ଚୀନ୍‍ ସଫଳତାର ସହିତ ଚନ୍ଦ୍ରଯାନ ପଠାଇଥିଲେ ମଧ୍ୟ ଦକ୍ଷିଣ ଗୋଲାର୍ଦ୍ଧରେ ଆଜିପର୍ଯ୍ୟନ୍ତ କୌଣସି ଦେଶ ସେମାନଙ୍କର ଯାନକୁ ଅବତରଣ କରିପାରି ନାହାନ୍ତି ।

ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଦ୍ୱିତୀୟ ଲଞ୍ଚପ୍ୟାଡ୍‍ରୁ ଚନ୍ଦ୍ରଯାନ-୩ ଉତ୍‍କ୍ଷେପଣ କରାଯାଇଥିଲା । ଚଳିତମାସ ୧ ତାରିଖରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର କକ୍ଷପଥକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୫ ତାରିଖରେ ଏହା ସଫଳଭାବେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ପରବର୍ତ୍ତୀ ସମୟରେ ଚନ୍ଦ୍ରଯାନ-୩କୁ ବିଭିନ୍ନ ପର୍ଯ୍ୟାୟରେ ଚନ୍ଦ୍ରର ନିକଟତର କରାଯାଇଥିଲା ।

Get real time updates directly on you device, subscribe now.