fbpx

RPSC Requirement: ମିଳିବ ସରକାରୀ ଚାକିରୀ, ଏମିତି କରନ୍ତୁ ଆବେଦନ

RPSC Group Instructor Recruitment 2024 for group instructor

ନୂଆଦିଲ୍ଲୀ: ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି । ଅନେକ ସଂଖ୍ୟକ ଗ୍ରେଡ୍ 2 ନିଯୁକ୍ତି ସୁଯୋଗ ବାହାର କରାଯାଇଛି । ଗ୍ରୁପ ଇନଷ୍ଟ୍ରେକ୍ଟର, ସର୍ବେୟର, ସହକାରୀ ଆପ୍ରେଣ୍ଟିସିପ୍ ଏବଂ ପରାମର୍ଶଦାତା ପାଇଁ ଚାକିରୀର ସୁଯୋଗ ରହିଛି । ଏହା ଯଦୁପୁର ଏବଂ ରାଜସ୍ଥାନ ପାଇଁ ଅଟେ ।  ଏନେଇ ବର୍ତ୍ତମାନ କେବଳ ନୋଟିଫିକେସନ ଜାରି କରାଯାଇଥିଲେ ହେଁ ରେଜିଷ୍ଟ୍ରେସନ ବର୍ତ୍ତମାନ ସୁଦ୍ଧା ଆରମ୍ଭ କରାଯାଇ ନାହିଁ । ଆପ୍ଲିକେସନ ଲିଙ୍କ ଆକ୍ଟିଭ ହେବା ପରେ ଆଶାୟୀମାନେ ଏଥିରେ ଆବେଦନ କରିପାରିବେ । ଆରପିଏସସିର ଏହି ନୋଟିଫିକେସନରେ 68 ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । 17 ସେପ୍ଟେମ୍ବର ଠାରୁ ଆପ୍ଲିକେସନ ଲିଙ୍କ ଆରମ୍ଭ ହେବାକୁ ଥିବା ବେଳେ 16 ଅକ୍ଟୋବର ଶେଷ ତାରିଖ ରହିଛି ।

ଏହି ପଦ ପାଇଁ କେବଳ ଅନଲାଇନରେ ଆବେଦନ କରିପାରିବେ । ଏଥିରେ ଆବେଦନ କରିବା ପାଇଁ ଆଶାୟୀଙ୍କୁ ରାଜସ୍ଥାନ ଲୋକସେବା ଆୟୋଗର ଅଫିସିଆଲ ଓ୍ବେବସାଇଟକୁ ଯିବାକୁ ହେବ । rpsc.rajasthan.gov.in.ରେ ଆପ୍ଲାଇ କରିପାରିବେ ଆଶାୟୀ । ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଅଲଗା ଅଲଗା ରହିଛି । ଅତିକମରେ ଆଶାୟୀଙ୍କୁ ଦ୍ବାଦଶରେ ଫିଜିକ୍ସ, କେମେଷ୍ଟ୍ରୀ ଏବଂ ଗଗିତରେ ପାସ୍ କରିଥିବା ଆବଶ୍ୟକ । ଅନ୍ୟପଦ ପାଇଁ ବିଇ, ବିଟେକ ଡିଗ୍ରୀ ହାତେଇଥିବା ଉଚିତ । ତେବେ ଏହି ପଦବୀ ପାଇଁ 21ରୁ 40 ବର୍ଷର ଆଶାୟୀ ଆବଦନ କରିପାରିବେ । ତେବେ ପରୀକ୍ଷା ହେବା ପରେ ପ୍ରାର୍ଥୀ ଚୟନ କରାଯିବ । ପ୍ରଥମେ ଲିଖିତ ପରୀକ୍ଷା ହେବ ଏବଂ ପରେ ଡକ୍ୟୁମେଣ୍ଟ ଭେରିଫିକେସନ କରାଯିବ । ଏଥିରେ ମନୋନିତ ହେବା ପରେ ଚାକିରୀ ମିଳିବ । ତେବେ ଆବେଦନ ପାଇଁ 400 ଟଙ୍କା ଫି ଦେବାକୁ ହେବ ।

Get real time updates directly on you device, subscribe now.