fbpx

RPSC Requirement: ଖାଲି ଅଛି ୫୬ ପଦ, ଏବେ ହିଁ ଭରନ୍ତୁ ଫର୍ମ

ଓଡିଶା ଭାସ୍କର: ରାଜସ୍ଥାନ ଲୋକସେବା ଆୟୋଗ (RPSC ) ତରଫରୁ ଏକ ନୋଟିଫିକେଶନ ଜାରି କରାଯାଇଛି । ଯେଉଁଥିରେ ରାଜ୍ୟରେ ବହୁ ପଦ ଭର୍ତ୍ତି ହେବ । ଏହି ପଦ ପାଇଁ ଆଶାୟୀ ଶୀଘ୍ର ଆବେଦନ କରିବା ପାଇଁ କୁହାଯାଇଛି । ଆବେଦନ ପାଇଁ ଜଣେ rpsc.rajastan.gov.in କୁ ଯାଇ ଫର୍ମ ଭରି ପାରିବେ । ଏହି ଭର୍ତ୍ତି ଅଭିଯାନରେ ମୋଟ ୫୬ ଟି ପଦର ଆବଶ୍ୟକତା ପୂରଣ ହେବ । ଯେଉଁଥିରେ ୩୨ ପଦ ଭୂବୈଜ୍ଞାନିକ ଓ ୨୪ ପଦ ସହାୟକ ଖନନ ଇଂଜିନିୟର ରହିଛି ।

ଭୂବୈଜ୍ଞାନିକ ପଦରେ ଆବେଦନ କରିବାକୁ ଚାହୁଁଥିବା ଆଶାୟୀ ଭୂବିଜ୍ଞାନରେ ସ୍ନାତକୋତ୍ତର କରିଥିବା ଆବଶ୍ୟକ । ସେପଟେ ସହାୟକ ଖନନରେ ଫର୍ମ ଭରିବା ପାଇଁ ପ୍ରାର୍ଥୀ ମାଇନିଂ ଇଂଜିନିୟରରେ ଡିଗ୍ରୀ ରଖିଥିବା ଦରକାର । ଏହିସବୁ ପଦରେ ଆବେଦନ କରିବାକୁ ଚାହୁଁଥିବା ଆଶାୟୀଙ୍କୁ ୨୦ ରୁ ୪୦ ବର୍ଷ ହୋଇଥିବା ନିତାନ୍ତ ଆବଶ୍ୟକ । କିନ୍ତୁ, ଆରକ୍ଷିତ ଶ୍ରେଣୀର ଆଶାୟୀଙ୍କୁ ଆୟୁସୀମାରେ ଅଧିକ ସୁବିଧା ରହିଛି ।

ସାଧାରଣ ତଥା ଅନ୍ୟ ପ୍ରଦେଶର ପରୀକ୍ଷାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଛି । ଓବିସି ଆଶାୟୀଙ୍କୁ ଆବେଦନ ପାଇଁ ୪୦୦ ଟଙ୍କା ଏସସି ଓ ଏସଟିଙ୍କ ପାଇଁ ବି ସମାନ ୪୦୦ ଟଙ୍କା ରହିଛି । ଏହି ଆବେଦନ ପ୍ରକ୍ରିୟା ଜୁଲାଇ ୨୨ ରୁ ଆରମ୍ଭ ହେବ ଓ ଏହାର ଶେଷ ତାରିଖ ୨୦ ଅଗଷ୍ଟ ଅଟେ ।

Get real time updates directly on you device, subscribe now.