fbpx

୧୦ଟଙ୍କାରେ PEPSI… ଚହଲ ଭାଇ SEXY: ରାଜସ୍ଥାନ ଫିଲ୍ଡିଂ କୋଚଙ୍କ ବୟାନ ହେଉଛି ଭାଇରାଲ, ଦେଖନ୍ତୁ Video

ନୂଆଦିଲ୍ଳୀ: ମଙ୍ଗଳବାର ଆଇପିଏଲ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୬୧ ରନରେ ପରାସ୍ତ କରିଥିଲା ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୧୦ ରନ କରିଥିବା ବେଳେ ୧୪୯ ରନରେ ସୀମିତ ରହିଥିଲା ହାଇଦ୍ରାବାଦ । ତେବେ ମ୍ୟାଚ ପରେ ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ୍ ଦିଶାନ୍ତ ୟାଗ୍ନିକଙ୍କ ଏକ ବୟାନ ବେଶ ଭାଇରାଲ ହେଉଛି । ହୋଟେଲ ଲବିରେ ଥିବା ବେଳେ ’୧୦ ରୁପୟେକେ ପେପସୀ, ୟୁଜି ଭାଇ ସେକ୍ସି’ ବୋଲି କହିଥିଲେ ଦିଶାନ୍ତ ୟାଗ୍ନିକ ।

ରାଜସ୍ଥାନ ରୟାଲ୍ସର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓକୁ ଶେୟାର କରାଯାଇଛି । ଦିଶାନ୍ତ ଏମିତି କହିଥିବା ବେଳେ ଚହଲ କିନ୍ତୁ କିଛି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । କେବଳ ସ୍ମିତହାସ୍ୟ ଦେଇ ଚହଲ ଆଗକୁ ବଢି ଯାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ଚହଲ ମାତ୍ର ୨୧ ରନ ବ୍ୟୟ କରି ୩ଟି ୱିକେଟ ନେଇଥିଲେ । ଚହଲଙ୍କ ବୋଲିଂ ଫଳରେ ମାତ୍ର ୧୪୯ ରନରେ ସୀମିତ ରହିଥିଲା ହାଇଦ୍ରାବାଦ । ଦେଖନ୍ତୁ ଭିଡିଓ…..

 

View this post on Instagram

 

A post shared by Rajasthan Royals (@rajasthanroyals)

Get real time updates directly on you device, subscribe now.