ଅହମ୍ମଦାବାଦ: ଆଇପିଏଲ ୨୦୨୨ର ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୋୟଲ୍ସର ଅଧିନାୟକ ସଞ୍ଜୁ ସାମସନ । ଏହି ମ୍ୟାଚରେ ବିଜୟ ହାସଲ କରି ଫାଇନାଲକୁ ପ୍ରବେଶ କରିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବେ ଉଭୟ ଦଳ । ତେବେ ବର୍ଷା ସମ୍ଭାବନାକୁ ଏଡାଇ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି “ମିଶନ ଫାଇନାଲ’ ।
When Sanju won the toss. ?? pic.twitter.com/9WCKu7SXki
— Rajasthan Royals (@rajasthanroyals) May 27, 2022
ଆଜିର ଏହି ଧମାକାଦାର ମ୍ୟାଚରେ ଟସ ଜିତି ପ୍ରଥମେ ଫିଲଡିଂ କରିବା ପାଇଁ ସ୍ଥିର କରିଛି ରାଜସ୍ଥାନ । ଗୁଜୁରାଟ ବିପକ୍ଷରେ ଖେଳୁଥିବା ସମାନ ଦଳ ସହ ଆଜି ବାଙ୍ଗାଲୋରକୁ ଭେଟିବ ରୋୟଲ୍ସ । ଅନ୍ୟ ପକ୍ଷରେ ଆରସିବି ମଧ୍ୟ ଦଳରେ କୌଣସି ପରିବର୍ତ୍ତନ କରିନାହିଁ । ତେବେ ଏଲିମିନେଟରରେ ଧୂଆଁଧାର ଶତକ ହାସଲ କରିଥିବା ରଜତ ପଟିଦାରଙ୍କ ଉପରେ ରହିବ ସମସ୍ତଙ୍କ ନଜର ।
4s: 1️⃣2️⃣
6s: 7️⃣
S/r: 2️⃣0️⃣7️⃣.4️⃣0️⃣?An innings we’ll never forget. ?
Take a bow, Rajat! ??#PlayBold #WeAreChallengers #IPL2022 #Mission2022 #RCB #ನಮ್ಮRCB #LSGvRCB #PlayOffs pic.twitter.com/5QG0ls3tdM— Royal Challengers Bangalore (@RCBTweets) May 25, 2022
ରାଜସ୍ଥାନ ୨୦୦୮ରେ ଏକମାତ୍ର ଟ୍ରପି ନିଜ ନାମରେ କରିଛି । ତେବେ ୧୪ ବର୍ଷ ଲଗାତାର ଖେଳିବା ସତ୍ତେ୍ୱ ଗୋଟିଏ ବି ଟ୍ରଫି ନିଜ ନାମରେ କରିବାରେ ଅସପଳ ହୋଇଛି ବାଙ୍ଗାଲୋର ।କିନ୍ତୁ ଚଳିତ ବର୍ଷ ଉଭୟଙ୍କ ପାଖରେ ତାଙ୍କର ସ୍ୱପ୍ନ ପୂରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଦେକିବାକୁ ବାକି ରହିଲା କିଏ ନିଜ ସ୍ୱପ୍ନ ପୂରଣ କରୁଛି ଆଉ କିଏ ପୁଣିଥରେ ଖାଲି ହାତରେ ଘରକୁ ଫେରୁଛି ।