fbpx

ଦଶମ ପାସ୍ କରିଥିଲେ ମିଳିବ Railway ଚାକିରି, ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗରେ ଚାକିରି ପାଇଁ ପାଇଁ ସୁବର୍ଣ୍ଣ ସୁଯୋଗ । ରେଲଓ୍ବେ ରିକ୍ରୁଟମେଣ୍ଟ ସେଲ ଏବଂ ଇଷ୍ଟନ ରେଲଓ୍ବେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାର କରିଛି । ଯେଉଁମାନେ ଏହି ପଦବୀ ପାଇଁ ଆଶାୟୀ ରହିଛନ୍ତି ସେମାନେ ଆପ୍ଲିକେସନ ଲିଙ୍କ୍ ଆକ୍ଟିଭ ହେବା ପରେ ଆବେଦନ କରିପାରିବେ । ଏହି ନିଯୁକ୍ତି ଜରିଆରେ 3ହଜାର 115ଜଣଙ୍କୁ ମିଳିବ ଚାକିରି । ସେପ୍ଟେମ୍ବର 9 ତାରିଖରେ ଜାରି ହୋଇଛି ନୋଟିଫିକେସନ ।

ପ୍ରକାଶଥାଉକି, ଆରଆରସି ଇଆଇଆଇ ଅପ୍ରେଣ୍ଟିସ ପଦ ପାଇଁ ବର୍ତ୍ତମାନ ଆବେଦନ ଆମ୍ଭ ହୋଇନାହିଁ । 24 ସେପ୍ଟେମ୍ବର ଆବେଦନ ତାରିଖ ରହିଥିବା ବେଳେ ଶେଷ ତାରିଖ ଅକ୍ଟୋବର 23 ରହିଛି । ଏହି ପଦବୀ ପାଇଁ କେବଳ ଅନଲାଇନରେ ଆବେଦନ କରିପାରିବେ । ଅଫିସିଆଲ ଓ୍ବେବସାଇଟ rrcer.org.କୁ ଯାଇ ଆବେଦନ କରିପାରିବେ ଆଶାୟୀ ।

ଆରଆରସି ଇଆଇର ଅପ୍ରେଣ୍ଟିସ ପଦରେ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ ଅଧୀନରେ 10ମ ପାସ୍ ହୋଇଥିବା ଆବଶ୍ୟକ । କିନ୍ତୁ 50 ପ୍ରତିଶତ ମାର୍କ ରଖିଥିବା ଜରୁରୀ ଅଟେ । ଏହାସହିତ ସମ୍ବନ୍ଧିତ ବିଭାଗରେ ଆଇଟିଆଇ ଏବଂ ଡିପ୍ଲୋମା ମଧ୍ୟ କରିଥିବା ଜରୁରୀ ଅଟେ । ଏହି ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସିମାନଙ୍କ ପାଇଁ 100 ଟଙ୍କା ଫି ରହିଛି । କେବଳ ଅନଲାଇନରେ ହିଁ ଏହି ପେମେଣ୍ଟ କରିପାରିବେ । କହିରଖୁଛୁ କି, ଏହା ନନ ରିଫଣ୍ଡେବଲ ଅଟେ ଅର୍ଥାତ ଥରେ ପେମେଣ୍ଟ ହେବା ପରେ ଆଉ ଫେରସ୍ତ ହେବ ନାହିଁ । ତେବେ ଏହି ପଦବୀରେ ଚୟନ କରିବା ପାଇଁ କୌଣସି ପ୍ରକାରେ ପରୀକ୍ଷା ନାହିଁ । ମେରିଟ୍ ଲିଷ୍ଟ ଅନୁସାରେ ଚୟନ କରାଯିବ ।

Get real time updates directly on you device, subscribe now.