fbpx

Stock Marketରେ ସୁନାମୀ; ନିବେଶକଙ୍କ ବୁଡିଗଲା 10 ଲକ୍ଷ, ଲିଷ୍ଟରେ ରହିଛି ଏହି ସେୟାର

ନୂଆଦିଲ୍ଲୀ: ସେୟାର ବଜାରରେ ବ୍ଲାକ ଗୁରୁବାର । କ୍ରାସ ହେଲା ଷ୍ଟକ ମାର୍କେଟ । ଭାରତୀୟ ଶେୟାର ବଜାର ଧରାସାୟୀ ହୋଇପଡିଛି । ମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧ ଯୋଗୁଁ ଶେୟାର ବଜାର ଉପରେ ପ୍ରଭାବ ଦେଖାଯାଇଛି । ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଛି । ସେନସେକ୍ସ 1800 ଏବଂ ନିଫ୍ଟି 550 ପଏଣ୍ଟ ହ୍ରାସ ପାଇଛି । ଏହା ଚଳିତ ବର୍ଷର ଚତୁର୍ଥ ବଡ ହ୍ରାସ ବୋଲି କୁହାଯାଉଛି । ଆଜି 1769 ପଏଣ୍ଟ ହ୍ରାସ ହୋଇ 82 ହଜାର 497ରେ ବନ୍ଦ ହେଲା ସେନସେକ୍ସ ।

ଖବର ଅନୁସାରେ, ଷ୍ଟକ ମାର୍କଟ କ୍ରାସର ପ୍ରଭବରେ ଶକ୍ତ ଧକ୍କା ଖାଇଛନ୍ତି ନିବେଶକ । 10.7 ଲକ୍ଷ କୋଟି ଟଙ୍କା ପାଣିରେ ବୁଡିଲା ଭଳି ମନେହେଉଛି । ବିଏଲଇ କମ୍ପାନୀର ମାର୍କେଟ କ୍ୟାପ 465 ଲକ୍ଷ କୋଟିରେ ସୀମିତ ହୋଇଛି । ଯଦି ଦେଖିବା ତାହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ, ଏମ ଆଣ୍ଡ ଏମ, ଏଲଆଣ୍ଡଟି, ଶ୍ରୀରାମ ଫାଇନାନ୍ସ ଏବଂ ଭାରତ ଏୟାରଟେଲର ସେୟାର ଅଧିକ ହ୍ରାସ ପାଇଥିଲା । ଅନ୍ୟପଟେ ଜେଏସଡବ୍ଲୁ ଷ୍ଟିଲର ସେୟାର ଗୁଡିକ 1.33 ପ୍ରତିଶତ ବୃଦ୍ଧି ପାଇଥିଲା ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଏହାର ପ୍ରଭାବ ଷ୍ଟକ ଉପରେ ଦେଖିବାକୁ ମିଳୁଛି । ଭାରତୀୟ ଷ୍ଟକ ମାର୍କେଟ ମଧ୍ୟ ଏଥିରୁ ବାଦ ପଡୁନାହିଁ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆଶଙ୍କା ଯୋଗୁଁ ବିଶ୍ବ ବଜାରରେ ନକରାତ୍ମକ ଭାବନା ରହିଛି । ଏହାର ପ୍ରଭାବ ଷ୍ଟକ ଉପରେ ପଡୁଛି । ଫଳରେ ଭାରତୀୟ ଷ୍ଟକମାର୍କେଟର ବର୍ତ୍ତମାନର ଭେଲ୍ୟୁସନ ବୃଦ୍ଧି ପାଇବାରେ ଲାଗିଛି । ମାର୍କେଟ କ୍ରାସକୁ ନେଇ ଚିନ୍ତାରେ ରହିଛନ୍ତି ନିବେଶକ ।

Get real time updates directly on you device, subscribe now.