fbpx
BSKY
BJD MC SKY
BJD MS SKY

ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ୪ ଲକ୍ଷ ଟଙ୍କା

ଉମରକୋଟ,୧୮ ।୧୮(ଓଡିଶା ଭାସ୍କର): ନବରଙ୍ଗପୁର ଚକଲାପଦରରେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବ୍ୟବସାୟୀ ରାଜେନ୍ଦ୍ର ସିଂହ ଯାଦବଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣକ ବାଇକରେ ଚଚ୍ଚାରୁ କଂଗ୍ରା ବଜାର ଯିବା ବାଟରେ ଲୁଟର ଶିକାର ହୋଇଥିଲେ । ଚକଲାପଦ ଘାଟି ନିକଟରେ ମାରଣାସ୍ତ୍ରରେ ହାଣି ଟଙ୍କାଲୁଟିନେଲେ ଲୁଟେରା । ୩ ଦୁର୍ବୃତ୍ତ ଗୋଟିଏ ପଲସରରେ ଆସି ଲୁଟିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ବ୍ୟବସାୟୀ ଜଣଙ୍କ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.