fbpx

ସବୁ ଝିଅଙ୍କୁ ସରକାର ଦେବେ ୫ ହଜାର ଟଙ୍କା: ଗ୍ରାମାଞ୍ଚଳର ଝିଅଙ୍କ ବିକାଶ ପାଇଁ ନୂଆ ଯୋଜନା

ନୂଆଦିଲ୍ଲୀ: ଦେଶରେ ଯୁବତୀ ତଥା ମହିଳାଙ୍କ ବିକାଶ କ୍ଷେତ୍ରରେ ବେଶ୍ ପ୍ରାଧାନ୍ୟ ଦେଉଛନ୍ତି କେନ୍ଦ୍ର ସରକାର । ମହିଳାଙ୍କ ବିକାଶଧାରାକୁ ଆଗେଇବା ପାଇଁ ସରକାର ଆଉ ଏକ ନୂଆ ଯୋଜନା ଆଣୁଛନ୍ତି । ଏହି ଯୋଜନାରେ ଗ୍ରାମାଞ୍ଚଳର ଝିଅମାନେ ବେଶ୍ ଲାଭ ପାଇପାରିବେ । କାରଣ ନୂଆ ଯୋଜନା ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ଝିଅମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ ଝିଅମାନଙ୍କୁ ଏହି ଟଙ୍କା କିପରି ପଠାଇବେ ସରକାର ।

କେନ୍ଦ୍ର ସରକାର ମହିଳାମାନଙ୍କୁ ସମାଜରେ ଆର୍ତିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ମଜବୁତ କରିବାପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ବର୍ତ୍ତମାନ ଗ୍ରାମାଞ୍ଚଳର ଝିଅମାନଙ୍କ ପାଇଁ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର, ‘ଗାଁ ଝିଅ ଯୋଜନା’ । ଏହି ଯୋଜନାରେ ପ୍ରତ୍ୟେକ ବର୍ଷ ଗାଁର ଝିଆମାନଙ୍କର ଆକାଉଣ୍ଟ ଖୋଲାଯିବା ସହ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ବିଶେଷ କରି ଛାତ୍ରୀମାନଙ୍କୁ ଏହି ଯୋଜନାରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଗ୍ରାମାଞ୍ଚଳର ଝିଅମାନଙ୍କୁ ଆତ୍ମନିର୍ଭର କରାଇବା ହିଁ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିବ । ବିଶେଷ କରି ଶିକ୍ଷା କ୍ଷେତ୍ରରେ ଝିଅମାନଙ୍କ ଆଗ୍ରହ ସୃଷ୍ଟି କରିବାକୁ ଏହି ଯୋଜନା ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ଆଶା କରାଯାଉଛି । ତେବେ ଲକ୍ଷ ଲକ୍ଷ ଛାତ୍ରୀ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର ଲାଭ ଉଠାଇ ସାରିଛନ୍ତି ।

ଗ୍ରାମାଞ୍ଚଳର ଯେଉଁ ଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀରେ ୬୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ୍ କରିଛନ୍ତି, ସେହିମାନେ ଏହି ଯୋଜନାରେ ଫାଇଦା ଉଠାଇପାରିବେ । ୧୦ ମାସ ପର୍ଯ୍ୟନ୍ତ ସେମାନଙ୍କ ଆକାଉଣ୍ଟକୁ ୫୦୦ ଟଙ୍କା ଲେଖାଏଁ ମୋଟ ୫୦୦୦ ଟଙ୍କା ପଠାଇବେ ସରକାର । ଏହି ଟଙ୍କା ସାହାଯ୍ୟରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ପ୍ରତ୍ୟେକ ଝିଅଙ୍କୁ ସ୍ୱାକ୍ଷରିତ କରିବା ସହିତ ଆତ୍ମନିର୍ଭର କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଦ୍ୱାଦଶ ଶ୍ରେଣୀ ପରେ ଝିଅମାନେ ବିଶେଷ କରି ପାଠରୁ ଦୂରେଇ ଯାଉଥିବା ଲକ୍ଷ୍ୟ କରାଯାଇଛି । ତେଣୁ ଏଥିରେ ପରିବର୍ତ୍ତନ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି ।

ଯୋଗ୍ୟତା:

  • ଗାଁ ଝିଅ ଯୋଜନାର ଲାଭ ପାଇବାକୁ ଜଣେ ଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ ।
  • ଆର୍ଥିକ ଅନଗ୍ରସର ସ୍ଥିତିରେ ଥିବା ପରିବାରର ଝିଅମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।
  • ସମସ୍ତ ବର୍ଗର ଛାତ୍ରୀଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ

ଆବଶ୍ୟକୀୟ ତଥ୍ୟ:

ଯୋଜନାରେ ସାମିଲ ହେବାକୁ ହେଲେ ବିଭିନ୍ନ ଡକ୍ୟୁମେଣ୍ଟ ଆବଶ୍ୟକ ହୋଇଥାଏ । ଯଥା:- ଛାତ୍ରୀଙ୍କ ଆଧାର କାର୍ଡ, ଜାତିଗତ ପ୍ରମାଣପତ୍ର, ଦଶମ ସାର୍ଟିଫିକେଟ, ଠିକଣା ପ୍ରମାଣପତ୍ର, କଲେଜ ଆଇଡି କାର୍ଡ, ଇ-ମେଲ ଇତ୍ୟାଦି ସହ ମୋବାଇଲ ନମ୍ବର ଆକଶ୍ୟକ ରହିଛି । ଏହାବ୍ୟତୀତ ପାନ୍ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ବାଧ୍ୟତାମୂଳକ ରହିଛି ।

Get real time updates directly on you device, subscribe now.