ହାପ୍ ଚିକେନକୁ ୫ ହଜାର ୫ଶହ ଟଙ୍କା, କୁକୁଡ଼ା ପିଉଛି କ୍ଷୀର, ଶୁଣୁଛି କ୍ଲାସିକାଲ ଗୀତ

ହାପ୍ ଚିକେନକୁ ୫ ହଜାର ୫ ଶହ ଟଙ୍କା। ଖାଇବା ପାଇଁ ଲାଗିଛି ହୋଟେଲରେ ଭିଡ଼। ସବୁଦିନ କୁକୁଡ଼ା ପିଉଛି କ୍ଷୀର। ଆଉ ପ୍ରତ୍ୟେକ ଦିନ ଶୁଣୁଛି କ୍ଲାସିକାଲ ଗୀତ।

ଚେନ୍ନାଇ: ଆପଣ ଚିକେନ୍ ଖାଇବାକୁ ଯାଉଛନ୍ତି କି, ହେଲେ ଜାଣିଛନ୍ତି ନା ହାପ୍ ଚିକେନକୁ ୫ ହାଜର ୫୦୦ ଟଙ୍କା। ଏହି ରେଟ୍ ଶୁଣି ଆପଣ ଟିକେ ଅଟକି ଗଲେନା। ଆମେ ବି ଏହି ରେଟ୍ ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ କି, ସାଧାରଣତଃ ଏହି ଚିକେନର ରେଟ୍ ଏତେ ଟଙ୍କା କାହିଁକି ବୋଲି ମନରେ ପ୍ରଶ୍ନ ଆସିଥିଲା?

ଆଉ ଉତ୍ତରରେ ଜାଣିବାକୁ ପାଇଲୁ କି ଏହି ଚିକେନ୍ ଏମିତି ସେମିତି ଚିକେନ୍ ନୁହେଁ। କାରଣ କୁକୁଡାମାନଙ୍କୁ ସବୁଦିନ କ୍ଷୀର ପିଇବାକୁ ଦିଆଯାଉଛି ଏବଂ ପ୍ରତ୍ୟେକ ଦିନ ଶୁଣୁଛନ୍ତି  କ୍ଲାସିକାଲ ଗୀତ। ତେଣୁ  ଚିକେନ୍‌ ମୂଲ୍ୟ ୫ ହାଜର ୫୦୦ ଟଙ୍କା।

ହାପ୍ ଚିକେନ୍ ସାଢେ ୫ ହାଜର: ତେବେ ପୁରା ଘଟଣା ଜାଣିବାକୁ ହେଲେ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାନ୍ତୁ। ଜଣେ ବ୍ୟକ୍ତି ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ଏବଂ ସେଠାରେ ହାପ୍ ପ୍ଲେଟ୍ ଚିକେନ୍ ଅର୍ଡର କରିଥିଲେ। ହେଲେ ରେସ୍ତୋରାଁର ଷ୍ଟାଫ୍‌ ତାଙ୍କୁ ଚିକେନର ଦାମ କହିଥିଲେ। ଯାହା ଥିଲା ହାପ୍ ପ୍ଲେଟକୁ ୫ ହଜାର ୫ଶହ ଟଙ୍କା।

ଯାହାକୁ ଶୁଣି ବ୍ୟକ୍ତି ଜଣଙ୍କ ତାଜୁବ ହୋଇଯାଇଥିଲେ। କାରଣ ଏମିତିରେ ଚିକେନର ଦାମ୍ ଅତିବେଶୀରେ ୨୦୦ ରୁ ୩୦୦ ଭିତରେ ଥାଏ। ଆଉ ରେଟ୍ ଅଧିକ ବଢିଲେ ୪୦୦। ହେଲେ ଏଠି ଚିକେନ୍ ଦାମ୍ ଏତେ। ତାହା ପୁଣି ହାପ୍ ପ୍ଲେଟ୍କୁ।

ଏକଥାକୁ ଗ୍ରାହକ ଜଣକ ସହଜରେ ହଜମ କରିପାରିଲେ ନାହିଁ। ତେଣୁ ସେ ରେସ୍ତୋରାଁର ଷ୍ଟାଫଙ୍କୁ ପଚାରିଥିଲେ କି ଏହି ଚିକେନର ଦାମ ଏତେ କାହିଁକି। ଏଥିରେ ଏମିତି କି ଜିନିଷ ରହିଛି ଯେ, ହାପ୍ ପ୍ଲେଟ୍ ଚିକେନର ଦାମ୍ ୫ ହଜାର ୫ ଶହ ଟଙ୍କା।

କି ପ୍ରକାର ଚିକେନ୍: ତେବେ ଏହି ପ୍ରଶ୍ନର ଉତ୍ତର ଦବାକୁ ଯାଇ ରେସ୍ତୋରାଁର ଷ୍ଟାଫ୍‌ କହିଲେ, ଏହି କୁକୁଡାମାନଙ୍କୁ ସବୁଦିନ କ୍ଷୀର ପିଇବାକୁ ଦିଆଯାଉଛି ଏବଂ ପ୍ରତ୍ୟେକ ଦିନ ଏମାନେ କ୍ଲାସିକାଲ ଗୀତ ଶୁଣୁଛନ୍ତି। ତେଣୁ ଏହି  ଚିକେନ୍‌ ମୂଲ୍ୟ ୫ ହଜାର ୫ ଶହ ଟଙ୍କା।

ଏକଥା ଶୁଣି ଏ ବ୍ୟକ୍ତି ଜଣଙ୍କ ସିନା ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ  ୫୫୦୦ରେ ଏହି ହାପ୍‌ ପ୍ଲେଟ୍‌ ଚିକେନ୍‌ ଖାଇବାକୁ ଲୋକଙ୍କ ଭିଡ ଦେଖି ସେବି ଏହି ଚିକେନ ଖାଇବେ ବୋଲି ମନସ୍ଥ କଲେ। ତେଣିକି ଚିକେନ ରେଟ୍ ଯେତେ ହୋଇଥାଉ ନା କାହିଁକି?

କେଉଁଠିକାର ଘଟଣା: ତେବେ ଏହି ହୋଟେଲଟି ଆମ ଭାରତରେ ନୁହେଁ, ବରଂ ଚୀନର ସାଙ୍ଘାଇ ସହରରେ  ଥିବା ଏକ ରେସ୍ତୋରାଁରେ ଦେଖିବାକୁ ମିଳିଛି। ଚିକେନ୍‌ ଖାଇବା ପାଇଁ ଲୋକଙ୍କୁ ୫୫୦୦ ଟଙ୍କା  ବିଲ୍‌ ପୈଠ କରିବାକୁ ପଡୁଛି। ବାସ୍ତବରେ ଏହି ରେସ୍ତୋରାଁ ଏକ ଲକ୍ଜରୀ ରେସ୍ତୋରାଁ।

ଅନେକ ଲୋକ ଏଠାକୁ ଯାଇ ବ୍ୟୟବହୁଳ ଟଙ୍କା ଦେଇ ଚିକେନ୍‌ ଖାକି ଆସୁଛନ୍ତି। ଆଉ କିଛି  କିଛି ଜଣଙ୍କୁ ଏହି ମୂଲ୍ୟ  ବାଧୁଛି।  ତେଣୁ ସେମାନେ ଏତେ ଟଙ୍କା କାହିଁକି କରିଛ ବୋଲି ପଚାରିବାରୁ ରେସ୍ତୋରାଁର ଷ୍ଟାଫ୍‌ ମାନେ ସେହି ସମାନ  କଥା କହୁଛନ୍ତି କି କୁକୁଡା ଖାଉଛି  କ୍ଷୀର ଏବଂ ଶୁଣୁଛି କ୍ଲାସିକାଲ ଗୀତ।