fbpx

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ: ଦେଶର ସାମ୍ପ୍ରତିକ ପରିସ୍ଥିତି ସହ ସଂଘର ବିଭିନ୍ନ ପ୍ରସଙ୍ଗ ଆଲୋଚିତ

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଆରଏସଏସର ମୁଖ୍ୟ ଡକ୍ଟର ମୋହନ ଭାଗବତ ପୁରୀ ଗୋବର୍ଦ୍ଧନ ପୀଠରେ ଭେଟିଛନ୍ତି । ଏଥିସହ ସେ ଆରଏସଏସର ବିଭିନ୍ନ କାର୍ଯ୍ୟକ୍ରମ ସହ ଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲେଚନା କରିଛନ୍ତି ।

ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟରେ ଅଯଥା ରାଜନୈତିକ ହସ୍ତକ୍ଷେପ ବନ୍ଦ ହେବା ଉଚିତ୍ ବୋଲି ସେ ମତ ରଖିଛନ୍ତି । ଶ୍ରୀମନ୍ଦିରର ବିଭିନ୍ନ ନିଷ୍ପତ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଙ୍କରାଚାର୍ଯ୍ୟଙ୍କର ମତାମତ ନିଆଯାଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ ।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଦୁଃଖଦାୟକ । ଶାନ୍ତି ପ୍ରତିଷ୍ଠା ଦ୍ବାରା ସବୁକିଛି ଉନ୍ନତି ହୋଇପାରିବ । ଏହାକୁ ତୁରନ୍ତ ସମାଧାନ କରି ଏହା ତୁରନ୍ତ ବନ୍ଦ ହେବା ଉଚିତ୍ । ଏହାସହ ଦେଶରେ କ୍ରମାଗତ ଭାବରେ ଗୋ ହତ୍ୟା ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସରକାର ଏନେଇ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

Get real time updates directly on you device, subscribe now.