ବାଂଲାଦେଶରେ ହିନ୍ଦୁ ପ୍ରସଙ୍ଗରେ ମୁହଁ ଖୋଲିଲା RSS; କହିଲା- ‘ଅତ୍ୟାଚାର ବନ୍ଦ ହେବା ଦରକାର, ଚିନ୍ମୟ ଦାସଙ୍କୁ ମୁକ୍ତ କରାଯାଉ’

ନୂଆଦିଲ୍ଲୀ: ବାଂଲାଦେଶରେ ବିଦ୍ରୋହ ପରେ ହିନ୍ଦୁମାନଙ୍କ ଉପରେ କ୍ରମାଗତ ଆକ୍ରମଣ ଜାରି ରହିଛି। ବାଂଲାଦେଶରେ ମଧ୍ୟ ହିନ୍ଦୁଙ୍କ ମନ୍ଦିରକୁ ଟାର୍ଗେଟ କରାଯାଉଛି। ସେପଟେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବଲେ ଏକ ବିବୃତି ଜାରି କରିଛନ୍ତି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରିବାକୁ RSSର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବଲେ ଆହ୍ୱାନ ଦେଇଛନ୍ତି। ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଅନ୍ୟାୟ ଜେଲରୁ ମୁକ୍ତ କରନ୍ତୁ।

ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ସମସ୍ତ ସଂଖ୍ୟାଲଘୁଙ୍କ ଉପରେ ଇସଲାମିକ ମୌଳବାଦୀଙ୍କ ଦ୍ୱାରା ଆକ୍ରମଣ, ହତ୍ୟା, ଲୁଟ୍, ନିଆଁ ଲଗାଇବା ଏବଂ ମହିଳାଙ୍କ ଉପରେ ଅମାନବୀୟ ଅତ୍ୟାଚାର ଅତ୍ୟନ୍ତ ଚିନ୍ତାଜନକ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହାକୁ ନିନ୍ଦା କରୁଛି। ବର୍ତମାନର ବାଂଲାଦେଶ ସରକାର ଓ ଅନ୍ୟାନ୍ୟ ଏଜେନ୍ସି ଏହାକୁ ରୋକିବା ପରିବର୍ତ୍ତେ କେବଳ ନିରବ ଦର୍ଶକ। ବାଂଲାଦେଶର ହିନ୍ଦୁମାନଙ୍କ ବିରୋଧରେ ଅନ୍ୟାୟ ଓ ଅତ୍ୟାଚାରର ଏକ ନୂଆ ପର୍ଯ୍ୟାୟ ଉଭା ହେଉଛି, ଯାହା ଦ୍ୱାରା ସେମାନଙ୍କଗଣତାନ୍ତ୍ରିକ ସ୍ୱରକୁ ଦମନ କରାଯାଇଛି।

ଏଭଳି ଶାନ୍ତିପୂର୍ଣ୍ଣ ବିକ୍ଷୋଭରେ ହିନ୍ଦୁମାନଙ୍କୁ ନେତୃତ୍ୱ ଦେଉଥିବା ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ବାଂଲାଦେଶ ସରକାର ଜେଲରେ ରଖିବା ଅନ୍ୟାୟ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ତୁରନ୍ତ ବନ୍ଦ କରି ଚିନ୍ମୟ କୃଷ୍ଣ ଦାସଙ୍କୁ ମୁକ୍ତ କରିବା ପାଇଁ RSS ବାଂଲାଦେଶ ସରକାରଙ୍କୁ ଦାବି କରିଛି। ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସମସ୍ତ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ରୋକିବା ପାଇଁ ଭାରତ ସରକାର ପ୍ରୟାସ ଜାରି ରଖିବା ସହ ଏହାର ସମର୍ଥନରେ ବିଶ୍ବସ୍ତରୀୟ ମତାମତ ସୃଷ୍ଟି କରିବା ଦିଗରେ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ RSS ଦାବି କରିଛି।