ଭୁବନେଶ୍ବର: ଶିକ୍ଷା ଅଧିକାର 12(1) (ସି) 2009 ଆଇନ ଅନୁସାରେ, ଘରୋଇ ସ୍କୁଲରେ 25 ପ୍ରତିଶତ ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀର ବିଦ୍ୟାର୍ଥୀମାନଙ୍କର ନାମଲେଖା ହେବ । ଏହାରି ଭିତରେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି ।
ନାମଲେଖା ପାଇଁ ପଞ୍ଜିକରଣ ତାରିଖକୁ ଆଗୁଆ କରାଯାଇଛି । ପୂର୍ବରୁ ଏହା ଏପ୍ରିଲ 3ରୁ ଆରମ୍ଭ ହେବାକୁ ଥିବା ବେଳେ ବର୍ତ୍ତମାନ ଏହା ମାର୍ଚ୍ଚ 18ରୁ ଆରମ୍ଭ ହେବ ବୋଲି କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି । ଏନେଇ ପ୍ରାଥମିକ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି ।
20 ତାରିଖରେ ଆବେଦନ ଶେଷ ହେବା ପରେ 23 ତାରିଖ ଯାଏଁ ଆବେଦନ ପତ୍ରର ଯାଞ୍ଚ କରାଯିବ । ଏହାପରେ ଏପ୍ରିଲ 24 ତାରିଖରେ ଅନଲାଇନ ଲଟେରୀ ସହିତ ସ୍କୁଲ ଆବଣ୍ଟନ ହେବ ।
ଏହାପରେ ଏପ୍ରିଲ 25 ତାରିଖରୁ ମେ 7 ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବ । ଜୁନ୍ 10 ତାରିଖ ସୁଦ୍ଧା ସମସ୍ତ ପର୍ଯ୍ୟାୟ ଲେଖା ସମାପ୍ତ ହେବ । WWW.rteparadarshi.odisha.gov.in ପୋର୍ଟାଲରେ ଆବେଦନ କରିବାର ସୁଯୋଗ ପାଇବେ । ଏନେଇ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।