fbpx

କୁମ୍ଭମେଳାରୁ ରାଜ୍ୟକୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ହୋମ୍ କ୍ୱାରେଇଣ୍ଟାଇନ୍ ବାଧ୍ୟତାମୂଳକ

ଭୁବନେଶ୍ୱର ୧୮ ।୪ (ଓଡିଶା ଭାସ୍କର) : କୁମ୍ଭମେଳାରେ ଯୋଗ ଦେଇଥିବା ଶ୍ରଦ୍ଧାଳୁଙ୍କ ପାଇଁ ଲାଗୁ ହେଲା କଟକଣା । ଓଡିଶା ଫେରିବା ପୂର୍ବରୁ RTPCR ଟେଷ୍ଟ କରିବା ଜରୁରୀ । ଏଥିରେ ଭାଗ ନେଇଥିବା ସମସ୍ତେ ଶ୍ରଦ୍ଧାଳୁ ବାଧ୍ୟତାମୂଳକ ଭାବେ କ୍ୱାରେଇଣ୍ଟାଇନରେ ରହିବେ । କୁମ୍ଭମେଳାରେ ଭାଗ ନେଉଥିବା ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜିକୃତ ଥିବା ବ୍ୟକ୍ତିଙ୍କ ନାମ ସେୟାର କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ ଏହି ପଞ୍ଜିକୃତ ବ୍ୟକ୍ତିମାନଙ୍କ ତାଲିକା ପ୍ରଦାନ କରିଛନ୍ତି । କୁମ୍ଭମେଳାରୁ ଫେରିଥିବା ବ୍ୟକ୍ତିମାନେ ନିଜକୁ ସ୍ୱେଚ୍ଚାକୃତ ଭାବେ ଆଇସୋଲେସନ୍ରେ ରଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିଡିଓ, ମ୍ୟୁନସିପାଲ, ଏନ୍ଏସି ଅଫିସର, ପିଏଚ୍ସି, ସିଏଚ୍ସିକୁ ରିପୋର୍ଟ ମଧ୍ୟ କରିବେ । ଏଥିସହ ଅଙ୍ଗନୱାଡି ଏବଂ ଆଶା କର୍ମୀ କୁମ୍ଭମେଳାରୁ ଫେରିଥିବା ଲୋକମାନଙ୍କ ଘରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ।

Get real time updates directly on you device, subscribe now.