ମସାଜ୍ ପାର୍ଲରରେ ମାରପିଟ୍, କଳା କାରନାମାର ହେଲା ପର୍ଦ୍ଦାଫାଶ, ୧୪ ଗିରଫ
କର୍ଣ୍ଣାଟକର ଏକ ମସାଜ୍ ପାର୍ଲରରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗା ମସାଜ୍ ପାର୍ଲର ଭିତରେ ଜବରଦସ୍ତି ପଶି କଲେ ମାରପିଟ୍ ଓ ଭଙ୍ଗାରୁଜ।। ପ୍ରାୟ ୧୪ ଜଣଙ୍କୁ ଗିରଫ କରିଛି ପୋଲିସା
ବେଙ୍ଗାଲୁରୁ: ମସାଜ୍ ପାର୍ଲର ଆଡ଼ରେ ଚାଲିଥିଲା ଅନୈତିକ କାର୍ଯ୍ୟା ଏହାର ବିରୋଧ କରି କିଛି ଯୁବକ ପାର୍ଲରରେ ଜବରଦସ୍ତ ପଶି କର୍ମଚାରୀଙ୍କୁ ମାରପିଟ୍ କରିବା ସହ ଭଙ୍ଗାରୁଜା କରିଥିଲୋ
ପୋଲିସ ହସ୍ତକ୍ଷେପ ପରେ ପ୍ରାୟ ୧୪ ଜଣ ଗିରଫ ହୋଇଥିବା ଜଣାପଡ଼ିଛିା
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲା ବିଷ୍ଣୋଇ ଅଞ୍ଚଳରୋ
ପାର୍ଲରରେ ଭଙ୍ଗାରୁଜା: କନ୍ନଡ଼ ଜିଲ୍ଲା ବିଷ୍ଣୋଇ ଅଞ୍ଚଳରେ ଥିବା ‘ୟୁନିସେକ୍ସ ସେଲୁନ୍’ ନାଁରେ ଅନୈତିକ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଥିଲ।।
ମହିଳାଙ୍କୁ ନିଶା ବଟିକା ଦେଇ ସେମାନଙ୍କୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିଲ।।
୧୪ ଗିରଫ: ପୋଲିସ ବୟାନ ଅନୁଯାୟୀ, ଯାଞ୍ଚ୍ ସମୟରେ ଜଣାପଡ଼ିଥିଲା କି ଏକ ବିଶେଷ ସଂଗଠନର କିଛି ସଦସ୍ୟ ଏହି ମାରପିଟ୍ ଓ ଭଙ୍ଗାରୁଜା ଘଟଣାରେ ସାମିଲ ଥିଲୋ
ଏହି ମାମଲାରେ ମୋଟ୍ ୧୪ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛିା
ଉକ୍ତ ସେଲୁନର ମାଲିକ ସୁଧୀର ସେଟ୍ଟିଙ୍କ ଅଭିଯୋଗ ଆଧାରରେ ବାର୍କେ ଥାନାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନ୍ତର୍ଗତ FIR ରୁଜୁ କରାଯାଇଥିଲ।।
ଗୃହମନ୍ତ୍ରୀଙ୍କ ନିନ୍ଦା: କର୍ଣ୍ଣାଟକ ଗୃହମନ୍ତ୍ରୀ ଜୀ ପରମେଶ୍ୱର ପାର୍ଲରରେ ଜବରଦସ୍ତି ପଶି କର୍ମଚାରୀଙ୍କୁ ମାରପିଟ୍ କରିଥିବା ଘଟଣାକୁ ନେଇ ନିନ୍ଦା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ‘ଆଇନକୁ ନିଜ ହାତରେ ନେବାକୁ କାହାରିକୁ ଅଧିକାର ନାହିାଁ’ଆଇନ୍ ପରିସର ମଧ୍ୟରେ ରହି ସଂଗଠନ ଚଳାଇବାର ଅଧିକାର ରହିଛିା
ଏହି ମାମଲାରେ ଅଧିକ ତଦନ୍ତ କରିବା ପାଇଁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତିା