ବିଧାନସଭାରେ ବାଡ଼ିଆବାଡ଼ି, ଧସ୍ତାଧସ୍ତି ପାଇଁ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ଧସ୍ତାଧସ୍ତି

ଭୁବନେଶ୍ୱର: ଆଜି ବିଧାନସଭା ଦ୍ୱିତୀୟ ବଜେଟ୍ ଅଧିବେଶନ। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କର ନାରାବାଜି ଆରମ୍ଭ ହୋଇଛି। ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ ଉପରକୁ ଗଢିଗଲେ ବିରୋଧୀ।

ଏହାପରେ ବିଧାନସଭାରେ ଧସ୍ତାଧସ୍ତି ସହ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଜୟନାରାୟଣ ମିଶ୍ର ଏବଂ ତାରା ବାହିନୀପତି ଗୃହରେ ଧସ୍ତାଧସ୍ତି କରିଛନ୍ତି।

ଗୃହରେ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି ଦେଖିବାକୁ ମିଳିଛି। ବିରୋଧୀଙ୍କର ଏଭଳି ହଙ୍ଗାମାରୁ ଗୃହ ମୁଲତବି ରହିଛି। ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି।

ତେବେ ଆଜି କଂଗ୍ରେସ ବିଧାୟକମାନେ ଗୃହ ବାହାରେ ପ୍ରଥମେ ପ୍ଲାକାର୍ଡ ଦେଖାଇ ବସିବା ସହିତ, ଗୃହ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ । ଏମିତି କି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ଆଉ ତାଙ୍କୁ ସାଥ୍ ଦେଇଥିଲେ ବିଜେଡି ବିଧାୟକ ।