fbpx
BSKY SKY
BSKY SKY

କୋହଳ ହେବ କାଳିଆ ଦର୍ଶନ

BSKY

ପୁରୀ, ୧୦ା୧ (ଓଡିଶା ଭାସ୍କର): ଜନସାଧାରଣଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ନେଇ ଲାଗୁ କରାଯାଇଥିବା କଟକଣା କୋହଳ ହେବ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି ଓ ବିଭିନ୍ନ ନିଯୋଗର ସେବାୟତମାନେ ସାମିଲ ହେବାର ସୂଚନା ମିଳିଛି ।

ତେବେ ବୈଠକରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଏସଓପିର ପରିବର୍ତ୍ତନ ନେଇ ଆଲୋଚନା କରାଯାଇପାରେ ବୋଲି କୁହାଯାଇଛି । ବାଧ୍ୟତାମୂଳକ କୋଭିଡ ନେଗେଟିଭ ରିପୋର୍ଟ ଉପରେ ଆଲୋଚନା କରାଯିବ । ଗତ ୩ ତାରିଖରୁ ସର୍ବସାଧାରଣଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା । ଏଥିସହ ଜଗା ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ୧୮ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଭୁଙ୍କ ଦର୍ଶନ ଭକ୍ତମାନେ କରିପାରିବେ ବୋଲି ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.