fbpx

EPFOରେ ବଦଳିଗଲା ନିୟମ: Claim Process ପାଇଁ ଦରକାର ନାହିଁ ଡକ୍ୟୁମେଣ୍ଟ, ସବସ୍କ୍ରାଇବର୍ସଙ୍କୁ ଆଶ୍ୱସ୍ତି

Advertisement

ଓଡ଼ିଶା ଭାସ୍କର: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(EPFO) ମେ’ ମାସରେ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । EPFO କହିଛି ଯେ, ଆଗକୁ କ୍ଲେମ କରିବା ସମୟରେ ୟୁଜର୍ସଙ୍କୁ ବ୍ୟାଙ୍କ ପାସବୁକ କିମ୍ବା ଚେକ୍ ଲିଫ କପି ଅପଲୋଡ କରିବାକୁ ପଡ଼ିବ ନାହିଁ । ଯଦି ସବସ୍କ୍ରାଇବର୍ସ ବାକି ସମସ୍ତ ପାତ୍ରତାକୁ ପୂରଣ କରିଥାନ୍ତି, ତେବେ ଚେକ୍ ବୁକ କିମ୍ବା ପାସବୁକର କପି ଅପଲୋଡ କରିବା ଆବଶ୍ୟକ ପଡ଼ିବ ନାହିଁ ।

EPFO ତରଫରୁ କୁହାଯାଇଛି ଯେ, ଏଥିରେ ଅନଲାଇନ କ୍ଲେମ ସେଟଲମେଣ୍ଟ ବୃଦ୍ଧି ହେବ । ଏହାସହିତ ସବସ୍କ୍ରାଇବର୍ସଙ୍କୁ ମଧ୍ୟ କ୍ଲେମ ରିକ୍ୱେଷ୍ଟ ପଠାଇବା ପାଇଁ ସହଜ ହୋଇପାରିବ । ପୂର୍ବରୁ ଚେକ୍ ବୁକ ଲିଫ କିମ୍ବା ବ୍ୟାଙ୍କ ପାସବୁକ କପି ଅପଲୋଡ ନ କରିବା ଯୋଗୁଁ ଅନେକ EPFO କ୍ଲେମ ରଦ୍ଦ ହେଉଥିଲା । EPFOର ସର୍କୁଲାର ଅନୁସାରେ, କ୍ଲେମ ରଦ୍ଦ ସଂଖ୍ୟାରେ ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । କେତେକ କ୍ଷେତ୍ରରେ ଚେକ୍ ବୁକ୍ ଲିଫ କିମ୍ବା ବ୍ୟାଙ୍କ ପାସବୁକର କପି ଅପଲୋଡ୍ ନକରିବା ପାଇଁ ରିହାତି ଦିଆଯାଇଛି । ଅବଶିଷ୍ଟ ଭାଲିଡେସନ୍ ପୂରଣ କରିଥିବା ସଦସ୍ୟମାନଙ୍କୁ ହିଁ ଏହି ସୁବିଧା ପ୍ରଦାନ କରାଯିବ ବୋଲି କହିଛି EPFO।

କିପରି କରିବେ କ୍ଲେମ ଭାଲିଡେସନ୍?

  • EPFO ସଦସ୍ୟ ବ୍ୟାଙ୍କ କେୱାଇସିର ଅନଲାଇନ ଭେରିଫିକେସନ୍ କରିପାରିବେ ।
  • ଏହାଦ୍ୱାରା ସଦସ୍ୟମାନଙ୍କୁ ନିଯୋକ୍ତା ଦ୍ୱାରା ବ୍ୟାଙ୍କ କେୱାଇସି ଭେରିଫିକେସନ ପୂରଣ କରିବା ପାଇଁ DSC( Digital Signature Certificate) କରିବାକୁ ପଡ଼ିବ
  • UIDAI ଜରିଆରେ ବ୍ୟାଙ୍କର ଆଧାର ଡିଟେଲ୍ସକୁ ଭେରିଫାଇ କରିବାକୁ ହେବ ।

ଅନଲାଇନରେ କିପରି କରିବେ କ୍ଲେମ?

  • EPFOର ଅଫିସିଆଲ ୱେବସାଇଟ https://unifiedportal-mem.epfindia.gov.in/ କୁ ଯାଆନ୍ତୁ
  • ଏଠାରେ UAN ନମ୍ବର ଏବଂ ପାସୱାର୍ଡ ଦେଇ ଲଗ୍ ଇନ୍ କରନ୍ତୁ
  • ଏହାପରେ କ୍ଲେମ ସେକ୍ସନକୁ ଚୟନ କରି କ୍ଲେମ ଅପ୍ସନ ମଧ୍ୟରୁ ଗୋଟିଏ ଚୟନ କରନ୍ତୁ
  • ସ୍କ୍ରିନରେ ଥିବା ସମସ୍ତ ଡିଟେଲ୍ସକୁ କ୍ରସ୍ ଭେରିଫାଇ କରନ୍ତୁ
  • ଏହାପରେ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ
  • ବର୍ତ୍ତମାନ ସଦସ୍ୟଙ୍କୁ ସମସ୍ତ ତଥ୍ୟ ଭାଲିଡେଟ କରିବାକୁ ହେବ ଏବଂ କ୍ଲେମ ରିକ୍ୱେଷ୍ଟ ସବମିଟ କରନ୍ତୁ
  • ଏବେ EPFO ପୋର୍ଟାଲରେ ଆପଣଙ୍କ କ୍ଲେମ ପ୍ରସେସ ଦେଖିବାକୁ ମିଳିବ ।

Get real time updates directly on you device, subscribe now.