fbpx

ଅଗଷ୍ଟ ୧ ରୁ ବଦଳିଯିବ ଏହି ୩ ନିୟମ , ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧା ପ୍ରଭାବ

ନୂଆଦିଲ୍ଲୀ: ଜୁଲାଇ ମାସ ଶେଷ ହେବାକୁ ଯାଉଛି । ଚାରି ଦିନ ପରେ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୧ ରୁ ଟଙ୍କା ସହିତ ଜଡିତ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ ।

ଆସନ୍ତୁ ଜାଣିବା ଅଗଷ୍ଟ ୧ ରୁ କେଉଁ ନିୟମ ପରିବର୍ତ୍ତନ ହେବ …

ବଦଳିପାରେ ଏପିଜିର ଦାବ୍ :-
ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମାସ ଆରମ୍ଭରେ ଏଲପିଜି ମୂଲ୍ୟ ସ୍ଥିର କରାଯାଏ । ସରକାରୀ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ସିଲିଣ୍ଡର ସହିତ ଏଲପିଜି ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରିପାରନ୍ତି । ଏହି କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଏବଂ ୧୬ ରେ ଏଲପିଜି ମୂଲ୍ୟ ପରିବର୍ତ୍ତନ କରନ୍ତି । ଏହା ବ୍ୟତୀତ ପାଇପ୍ ପ୍ରାକୃତିକ ଗ୍ୟାସ୍ (ପିଏନଜି) ଏବଂ ସଙ୍କୋଚିତ ପ୍ରାକୃତିକ ଗ୍ୟାସ୍ (ସିଏନଜି) ର ହାର ମଧ୍ୟ ପରିବର୍ତ୍ତନ ହୋଇପାରେ ।

ଅଗଷ୍ଟରେ ବ୍ୟାଙ୍କଗୁଡିକ ୧୪ ଦିନ ପାଇଁ ବନ୍ଦ ରହିବ :-

ଆସନ୍ତା ମାସରେ ଅନେକ ପର୍ବ ଆସୁଛି । ଅଗଷ୍ଟ ମାସରେ ବ୍ୟାଙ୍କଗୁଡିକ ଛୁଟିଦିନରେ ପରିପୂର୍ଣ୍ଣ । ରକ୍ଷାବନ୍ଧନ, ମହରମ ଏବଂ ଅନ୍ୟାନ୍ୟ ଅନେକ ପର୍ବ ଯୋଗୁଁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡିକ ମୋଟ ୧୪ ଦିନ ବନ୍ଦ ରହିବ । ଏହା ସହିତ ଶନିବାର ଏବଂ ରବିବାର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ । ଆପଣ ରିଜର୍ଭ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ବ୍ୟାଙ୍କ ଛୁଟିଦିନର ତାଲିକା ଯାଞ୍ଚ କରିପାରିବେ ।

ଆଇଟିଆର ପାଇଁ ଜରିମାନା ଦେବାକୁ ପଡିବ :-

ଆର୍ôଥକ ବର୍ଷ ୨୦୨୨-୨୩ ଅର୍ଥାତ୍ ମୂଲ୍ୟାଙ୍କନ ବର୍ଷ ୨୦୨୩-୨୪ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୩ । ଏହି ଶେଷ ତାରିଖ ସେହି ଟିକସଦାତାମାନଙ୍କ ପାଇଁ, ଯେଉଁମାନେ ସେମାନଙ୍କର ଆକାଉଣ୍ଟର ଅଡିଟ୍ କରାଇନାହାଁନ୍ତି । ଯଦି ଆପଣ ଏହି ତାରିଖ ସୁଦ୍ଧା ଆଇଟିଆର ଫାଇଲ୍ କରନ୍ତି ନାହିଁ, ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ । ବିଳମ୍ବିତ ଆଇଟିଆର ଦାଖଲ ପାଇଁ ଟିକସଦାତାଙ୍କୁ ୧୦୦୦ କିମ୍ବା ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡିପାରେ ।

Get real time updates directly on you device, subscribe now.