fbpx

କଟକରେ ସଟଡାଉନ ବୃଦ୍ଧି ଖବର ଗୁଜବ

କଟକ,୧୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଫେକ୍ ନ୍ୟୁଜ୍ ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ କଟକରେ ପୁଣି ସଟଡାଉନ ବଢିବ ବୋଲି ଖବର ଆସିଥିଲା, ଯାହାକୁ ଗୁଜବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । କଟକ ସହରରେ ବଢିବନି ସଟଡାଉନ ଅବଧି । ୨୧ ତାରିଖ ଯାଏଁ ସଟଡାଉନ ଅବଧିକୁ ଗୁଜବ କହିଛି ସିଏମସି ।

ତେବେ ସଟଡାଉନ ବୃଦ୍ଧି ନେଇ ଫେକ୍ ଟ୍ୱିଟ ଭାଇରାଲ ହେଉଛି ବୋଲି କୁହାଯାଇଛି । ଅନ୍ୟପଟେ ସଟଡାଉନ ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ନିଆଯାଇଛି ବୋଲି ସିଏମସି ପକ୍ଷରୁ କୁହାଯାଇଛି । ଏବେ କେବଳ ଶନିବାର ଓ ରବିବାର ସଟଡାଉନ ରହିବ ।

Get real time updates directly on you device, subscribe now.